ଟଳିଲା ବନ୍ୟା ଆଶଙ୍କା,ବିପଦ ସଂକେତ ତଳେ ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ପାଣି

242

ଭୁବନେଶ୍ୱର : ଦିନେ ଦୁଇଦିନ ଭିତରେ ଛାଡିବ ବନ୍ୟା ପାଣି । ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ଏନେଇ ଆଜି ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ସାଗର ମହାନ୍ତି । ସେ କହିଛନ୍ତି ଝାଡଖଣ୍ଡରେ ସୃଷ୍ଟ ଘୂର୍ଣ୍ଣିବଳୟ ମହାନଦୀ ଓ ବୈତରଣୀ ବେସିନର ଉପରମୁଣ୍ଡରେ ହେବ । ବୈତରଣୀ ନଦୀରେ ବନ୍ୟା ଯୋଗୁ ଅନେକ ପଂଚାୟତ ପାଣି ଘେରରେ ଥିଲା । ଯେଉଁ ମାନେ ରିଲିଫ ସେଣ୍ଟରରେ ଅଛନ୍ତି ସେମାନଙ୍କ ପାଇଁ ୭ ଦିନ ଯାଏ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିଲେ ଆହୁରି ବଢ଼ାଯିବ । କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଗଲାଣି । ପାଣି ଛାଡ଼ିବା ପରେ ଘର କ୍ଷୟକ୍ଷତି ରିପୋର୍ଟ ଆସିବ । ଯେତେଶୀଘ୍ର ହୋଇ ପାରିବ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ଅସମୟରେ ବର୍ଷା କାରଣରୁ ଗାଁ ଭିତରୁ ପାଣି ଛାଡୁନି । ଝାଡଖଣ୍ଡ ଚାନ୍ଦିଲିର ୬ଟି ଗେଟ୍‍ ଦେଇ ଜଳ ନିଷ୍କାସନ ହେଉଛି । ଘାଇ କେଉଁଠି ବି ହୋଇନି, ବର୍ଷାର ପରିମାଣ ସବୁଠି ଅଧିକ ରହୁନି । ମହାନଦୀରେ ୬୦ମି.ମି, ବ୍ରାହ୍ମଣୀରେ ୩୦ ମି.ମି ବର୍ଷା ହୋଇଛି । ଏକକାଳୀନ ଉପର ଓ ତଳ ମୁଣ୍ଡରେ ବାଦଲ ଫାଟିଲେ ବନ୍ୟା ହେବ । ବାଦଲ ଫଟା ବର୍ଷାର ସମ୍ଭାବନା ନାହିଁ । ଡ୍ୟାମ୍‍ ଅବବାହିକାରେ ବର୍ଷା ଉପରେ ବନ୍ୟା ସ୍ଥିତି ନିର୍ଭର କରୁଛି ।

Comments are closed, but trackbacks and pingbacks are open.