ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଛଅ ମାସ ଜେଲ ଦଣ୍ଡ

211

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମସ୍ୟା ଆହୁରି ବୃଦ୍ଧି ପାଇଛି। ଅଦାଲତ ତାଙ୍କୁ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ବାଂଲାଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କୁ ଛଅ ମାସ ଜେଲ ଦଣ୍ଡ ଦିଆଯାଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଦଣ୍ଡର ନିଷ୍ପତ୍ତି ଘୋଷଣା କରିଛନ୍ତି। ଆଜି ଏକ ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି। ‘ଢାକା ଟ୍ରିବ୍ୟୁନ୍’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ବିଚାରପତି ମହମ୍ମଦ ଗୁଲାମ ମୁର୍ତାଜା ମଜୁମଦାର ଶେଖ ହସିନାଙ୍କ ମାମଲାର ଶୁଣାଣି କରିଥିଲେ। ରିପୋର୍ଟ ଅନୁସାରେ, ଗତ ବର୍ଷ ଶେଖ ହସିନାଙ୍କ ଏକ ଅଡିଓ କ୍ଲିପ୍ ଲିକ୍ ହୋଇଥିଲା। ଲିକ୍ ହୋଇଥିବା ଅଡିଓ କ୍ଲିପରେ ଶେଖ୍ ହସିନା ଗୋବିନ୍ଦଗଞ୍ଜ ଉପଜିଲା ଅଧ୍ୟକ୍ଷ ଶକିଲ୍ ବୁଲବୁଲଙ୍କ ସହ କଥା ହେଉଥିଲେ ବୋଲି ଅଭିଯୋଗ ହୋଇଛି, ଯେଉଁଥିରେ ସେ କହିଥିଲେ ଯେ, “ମୋ ବିରୁଦ୍ଧରେ ୨୨୭ଟି ମାମଲା ରୁଜୁ ହୋଇଛି, ତେଣୁ ମୁଁ ଏହି ଲୋକମାନଙ୍କୁ ହତ୍ୟା କରିବା ପାଇଁ ଲାଇସେନ୍ସ ପାଇଛି। ”

Comments are closed, but trackbacks and pingbacks are open.