ବିଏମସି ହିଂସାକାଣ୍ଡ ମାମଲା: ବିଜେପି ରୁ ନିଲମ୍ବିତ ହେଲେ ୫ ଅଭିଯୁକ୍ତ

235

ଭୁବନେଶ୍ୱର: ଗତକାଲି ଜୁନ ୩୦ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡ ମାମଲାରେ ବିଜେପି ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଂପୃକ୍ତି ଅଭିଯୋଗ ଆଧାରରେ ୫ ଅଭିଯୁକ୍ତଙ୍କୁ ବିଜେପି ନିଲମ୍ବନ କରିଛି। କର୍ପୋରେଟରଙ୍କ ସମେତ ୫ ଅଭିଯୁକ୍ତଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବନ କରିଛନ୍ତି। ଯେଉଁମାନଙ୍କୁ ନିଲମ୍ବିତ କରାଯାଇଛି, ସେମାନେ ହେଲେ…୧. କର୍ପୋରେଟର ଅପରୂପ ନାରାୟଣ ରାଉତ, ୨. ରଶ୍ମି ରଞ୍ଜନ ମହାପାତ୍ର, ୩. ଦେବାଶିଷ ପ୍ରଧାନ ୪. ସଚିକାନ୍ତ ସ୍ୱାଇଁ
୫. ସଂଜୀବ ମିଶ୍ର।

Comments are closed, but trackbacks and pingbacks are open.