ବିପଦ ସମୟରେ ସହାୟତାର ହାତ ବଢ଼ାଇଲେ ଗଣଶିକ୍ଷା ମନ୍ତ୍ରୀ: ଆହତ ଯୁବକଙ୍କୁ କଲେ ଉଦ୍ଧାର

325

ଭୁବନେଶ୍ଵର: ବିପଦ ସମୟରେ ସହାୟତାର ହାତ ବଢ଼ାଇ ମାନବିକତାର ପ୍ରଦର୍ଶନ କରିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ବିଧାୟକ ଗୌରୀଶଙ୍କର ମାଝୀ। କୋରାପୁଟ ଜିଲ୍ଲାର କୋଟିଆ ଗସ୍ତ କାର୍ଯ୍ୟକ୍ରମ ସାରି ନବରଙ୍ଗପୁରକୁ ସନ୍ଧ୍ୟା ସମୟରେ ଫେରିବା ବେଳେ ଇନ୍ଦ୍ରାବତୀ ବ୍ରିଜ ନିକଟରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବକଙ୍କୁ ଆହତ ଅବସ୍ଥାରେ ପଡିଥିବା ଦେଖିଥିଲେ ମନ୍ତ୍ରୀ ଶ୍ରୀ ଗଣ୍ଡ। ଉଭୟ ଶ୍ରୀ ଗଣ୍ଡ ଓ ବିଧାୟକ ଶ୍ରୀ ମାଝୀ ଆହତ ଯୁବକଙ୍କୁ ହସ୍ପିଟାଲକୁ ନେଇ ଚିକିତ୍ସା କରାଇବାର ବ୍ୟବସ୍ଥା କରିଥିଲେ। ସନ୍ଧ୍ୟା ସମୟରେ ଏବଂ ଏଭଳି ଦୁର୍ଗମ ସ୍ଥାନରେ ସତର୍କତାର ସହ ଯାନବାହନ ଚଳାଇବା ଲାଗି ମନ୍ତ୍ରୀ ଶ୍ରୀ ଗଣ୍ଡ ଉପସ୍ଥିତ ଲୋକମାନଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି।

Comments are closed, but trackbacks and pingbacks are open.