ପାକିସ୍ତାନର ବେଲୁଚିସ୍ତାନ ରେ ବଡ଼ଧରଣର ଭୂକମ୍ପ : ୨୦ ମୃତ ୩୦୦ରୁ ଅଧିକ ଆହତ

28

ଆଜି ପାକିସ୍ତାନର ବେଲୁଚିସ୍ତାନ ରେ ହୋଇଛି ଏକାଧିକ ବଡ଼ ଧରଣ ର ଭୂମିକମ୍ପ I ଭୂମିକମ୍ପ ପ୍ରଭାବ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଯୋଗୁ ଘର ଓ ଛାତ ଭୁଶୁଡ଼ି ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଗୁରୁବାର ଭୋର ୩.୩୦ରେ ଲୋକମାନେ ବାଲୋଚିସ୍ତାନରେ ଭୂକମ୍ପ ଝଟକା ଅନଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଥିଲା। ବଡ଼ଧରଣର ଝଟକା ପରେ ଲୋକମାନେ ଆଉ କିଛି ଛୋଟ ଛୋଟ ଝଟକା ମଧ୍ୟ ଅନଭୁବ କରିଥିଲେ। ଏବେ ବି ଭୂକମ୍ପ ପରବର୍ତ୍ତୀ ଝଟକା କିଛି ସ୍ଥାନରେ ଅନୁଭୂତ ହେଉଛି।
ଝଟକା ଭୋର ସମୟ ହୋଇଥିବାରୁ ଅଧିକାଂଶ ଲୋକ ଘର ମଧ୍ୟରେ ଶୋଇଥିଲେ। ତେଣୁ ସେମାନେ ଠିକ୍‌ ସମୟରେ ଘରୁ ଖୋଲା ସ୍ଥାନକୁ ଆସି ପାରି ନଥିଲେ। ଏଥିଯୋଗୁ ଅନେକ ସ୍ଥାନରେ ଘର ଭାଙ୍ଗି ଓ ଛାତ ଭୁଶୁଡ଼ି ଅନୂନ୍ୟ ୨୦ ଜଣ ଲୋକଙ୍କ ଜୀବନ ଯାଇଛି। ଆହତ ହୋଇଥିବା ଅନ୍ୟ ୩୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାରକାରୀ ଦଳ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

Leave A Reply

Your email address will not be published.