ଅଞ୍ଜୁମ ହେଲେ ନୂଆ ଆଇଏସଆଇ ମୁଖ୍ୟ

33

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କ୍ଵାମାର ବାଁଜ୍ବା ବୁଧୁବାର ଅଚାନକ ଦେଶର ଗୁଇନ୍ଦା ସଂସ୍ଥା ଆଇଏସଆଇ ମୁଖ୍ୟଙ୍କ ବଦଳି କରିଛନ୍ତି Iଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦଙ୍କୁ ଆଇଏସଆଇ ମୁଖ୍ୟ ପଦରୁ ବଦଳି କରାଯାଇ ପେଶାୱର କ୍ରପ୍ସ କମାଣ୍ଡର ଭାବେ ନିଯୁକ୍ତି ଦିଆଯାଇଛି।
୨୦୧୯ ଜୁନ ୧୬ ରୁ ହମିଦ ଆଇଏସଆଇ ମୁଖ୍ୟ ରହିଥିଲେ I ଏହାପୂର୍ବରୁ ସେ ଆଇଏସ୍‌ଆଇରେ କାମ କରୁଥିବା ବେଳେ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ତେବେ କାହିଁକି ପାକିସ୍ତାନ ଆର୍ମି ଏପରି ପଦକ୍ଷେପ ନେଲା ସେକଥା ମଧ୍ୟ ଜଣାପଡ଼ିନି। ତାଙ୍କ ସ୍ଥାନ ରେ କରାଚୀ କ୍ରପ୍ସ କମାଣ୍ଡର ଥିବା ନଦିମ ଅହମ୍ମଦ ଅଞ୍ଜୁମ ଙ୍କୁ ଆଇଏସଆଇ ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଛି I
ବାଜୱା ଙ୍କ ଖୁବ ଘନିଷ୍ଠ ଭାବରେ ପରିଚିତ ହମୀଦ ଆଫଗାନିସ୍ତାନ ରେ ଗତ ମାସ ରେ ତାଲିବାନ ଶାସନ କୁ ଆସିବାବେଳେ କାବୁଲ ରେ ଅବସ୍ଥାନ କରି ଆତଙ୍କବାଦୀ ସଂଗଠନ ହକ୍କାନି ନେଟୱର୍କ କୁ ସରକାରରେ ପ୍ରାଧାନ୍ୟ ଦେବା ପାଇଁ ଯୋଜନା ଚଳାଇଥିଲେ I
କୁହାଯାଉଛି ତାଲିବାନ ଆଫଗାନକୁ ଦଖଲ କରିବାରେ ହମୀଦ ସହଯୋଗ କରିଛନ୍ତି। ଏପରି କି ତାଲିବାନ ସରକାର ଗଠନ କରୁଥିବା ବେଳେ କାବୁଲରେ ହମୀଦ ମଧ୍ୟ ଉପସ୍ଥିତ ରହିଥିଲେ। ସେପ୍ଟେମ୍ବର ମାସରେ ସେ କାବୁଲ ଗସ୍ତ କରିଥିଲେ। ଏହି ସମୟରେ ତାଲିବାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ସେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ “ଆଫଗାନିସ୍ତାନ ରେ ସବୁ କିଛି ଖୁବଶୀଘ୍ର ଠିକ ହୋଇଯିବ। କାହା ମଧ୍ୟରେ କୌଣସି ବିବାଦ ନାହିଁ।”
ଏହି ସମାଲୋଚନା ପରିପ୍ରେକ୍ଷୀରେ ହୁଏତ ତାଙ୍କୁ ପଦଚ୍ୟୁତ କରାଯାଇଥିବା କୁହାଯାଉଛି I ହମିଦ ଙ୍କ ସମେତ ଲେଫ୍ଟନେଣ୍ଟ ଜେନେରାଲ ମହମ୍ମଦ ଅମୀର ଙ୍କୁ ଗୁଜ୍ଜରନଵାଲା କାର୍ପପ୍ସ କମାଣ୍ଡର ଓ ଲେଫ୍ଟନେଣ୍ଟ ଜେନେରାଲ ଅସୀମ ମୁନୀର ଙ୍କୁ କ୍ଵାଟର ମାଷ୍ଟର ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଛି I

(ଫୋଟୋ ସୌଜନ୍ୟ :ଗୁଗୁଲ)

Leave A Reply

Your email address will not be published.