ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକ୍ ରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀଙ୍କ ଘର ଓ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଶ୍ରୀଯୁକ୍ତ ପଣ୍ଡାଙ୍କ ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ୭ ଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ଚଢ଼ାଉ ଜାରି ରଖିଛନ୍ତି। ଉକ୍ତ ଚଢାଉରେ ୬ ଡି ଏସ୍ ପି ଓ ୮ ଜଣ ନୀରିକ୍ଷକଙ୍କ ସହ ବହୁ କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ସୂଚନା ଥାଉକି ଯନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ଆଉ ତିନି ଦିନ ପରେ ଅବସର ନେବାର ଥିଲା। ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏକକାଳୀନ ୭ ଟି ସ୍ଥାନ ଯଥା କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଗୁଡିଆଳି ଗ୍ରାମର ପୈତୃକ ଘର, ପୁରୁଷୋତ୍ତମ ପୁର ଥାନା ଅର୍ନ୍ତଗତ ବେଢ ଗ୍ରାମର ଶ୍ଵଶୁର ଘର, ବ୍ରହ୍ମପୁର ରାମହରି ନଗର ସ୍ଥିତ ନିଜ ବାସସ୍ଥାନ, ଆଙ୍କୁଲି ସ୍ଥିତ ମୁକ୍ତେଶ୍ଵର ଆପାର୍ଟମେଂଟରେ ଦୁଇଟି ଫ୍ଲାଟ୍, ପୁରୀ ଚୁଡଙ୍ଗ ସାହି ସ୍ଥିତ ଗୋଟିଏ ଫ୍ଲାଟ୍ ଓ ଗଞ୍ଜାମ ବ୍ଳକ୍ ରେ ଥିବା ନିଜ କାର୍ଯ୍ୟାଳୟରେ ଯାଞ୍ଚ ଚାଲିଛି।ଚଢ଼ାଉ ସମୟରେ ବହୁ ବାସଗୃହର ପ୍ରମାଣପତ୍ର, ବିପୁଳ ପରିମାଣ ର ନଗଦ ଟଙ୍କା ଓ ବହୁ ମୁଲ୍ୟର ସ୍ବର୍ଣ୍ଣ ଅଳଙ୍କାର ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ଆୟ ବହିଃର୍ଭୁତ ସମ୍ପତ୍ତିର ଆକଳନ ହୋଇନଥିବା ଜଣାପଡିଛି।
Comments are closed, but trackbacks and pingbacks are open.