ଆଜି ଆର୍ଯ୍ୟନ ଖାନଙ୍କୁ ମିଳିପାରେ ଆଶ୍ବତୀ : ରିମାଣ୍ଡ ଅବଧି ଶେଷ

35

ନିଷିଦ୍ଧ ନିଶା ସେବନ ସମ୍ପୃକ୍ତିରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାଁ କୁ ଆଜି ମିଳିପାରେ ଆଶ୍ବସ୍ତି I ଶନିବାର ରାତିରେ ସମୁଦ୍ର ଭିତରେ ରେଭ ପାର୍ଟି ରେ ଗିରଫ ହୋଇଥିଲେ ଆର୍ଯ୍ୟନ ଙ୍କ ସହିତ ତାଙ୍କର ଆଉ ୮ ଜଣ ବନ୍ଧୁ I
ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ଆର୍ଯ୍ୟନ ଙ୍କ ସମେତ ୮ ଜଣଙ୍କୁ କୋର୍ଟରେ ହାଜର କରିବ ଏନସିବି । ଆର୍ଯ୍ୟନଙ୍କୁ ବେଲ୍ ମିଳିବ ନା ଜେଲ ଯିବେ ସେନେଇ ଆଜି କୋର୍ଟ ନିଷ୍ପତ୍ତି ନେବେ । ରେଭ୍ ପାର୍ଟରୁ ଆର୍ଯ୍ୟନ ଙ୍କୁ ଗିରଫ କରାଯିବା ପରେ ପ୍ରଥମେ ଗୋଟିଏ ଦିନ ପାଇଁ ନିଜ ହେପାଜତକୁ ନେଇଥିଲା ଏନସିବି । କୋର୍ଟରେ ହାଜର ହେବା ପରେ ୭ ଅକ୍ଟୋବର ପର୍ଯ୍ୟନ୍ତ ପୁଣି ଏନସିବି ହେପାଜତକୁ ପଠାଇ ଦିଆଯାଇଥିଲା ।
ଏନସିବି ସୂତ୍ର ରୁ ମିଳିଥିବା ସୂଚନା ଅନୁସାରେ ସେ ନିଶା ସେବନ ସହିତ ନିଶା ବେପାରୀ ଙ୍କ ଠାରୁ ନିଷିଦ୍ଧ ହୋଇଥିବା ନିଶା ଦ୍ରବ୍ୟ କିଣିଥିଲେ ଏହାର ପ୍ରମାଣ ମଧ୍ୟ ରହିଛି I ସେ ନିଶା ସେବନ କରିଥିବା ଜେରାବେଳେ ମାନିଛନ୍ତି I କିନ୍ତୁ ତାଙ୍କ ମାଧ୍ୟମ ରେ ନିଶା ବେପାରୀଙ୍କ ପାଖରେ ପହଂଚିବା ସମ୍ଭବ ହେଉ ନାହିଁ I ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଆର୍ଯ୍ୟନ ଙ୍କୁ କିପରି ଶୀଘ୍ର ଜାମିନ୍ ମିଳିବ, ସେନେଇ ତାଙ୍କ ଓକିଲ ଉଦ୍ୟମ କରୁଛନ୍ତି ।
ସେ ବିଦେଶୀ ଡ୍ରଗ୍ସ ପେଡଲରଙ୍କ ସଂପର୍କରେ ଥିବା ତାଙ୍କ ହ୍ୱାଟ୍ସଆପ୍ ଚାଟରୁ ଖୁଲାସା ହୋଇଥିବା କୋର୍ଟକୁ ଜଣାଇଛି ଏନସିବି । ଆମେରିକା ଓ କାଲିଫର୍ଣ୍ଣିଆ ୟୁନିଭରସିଟିରେ ପଢୁଥିବା ବେଳେ ସେ ଡ୍ରଗ୍ସ ସେବନ କରୁଥିବା ଏନସିବି କୋର୍ଟକୁ କହିଛି । ତେଣୁ ଆଜି ଆର୍ଯ୍ୟନଙ୍କୁ ବେଲ୍ ମିଳୁଛି ନା ତାଙ୍କୁ ଜେଲ ପଠାଇ ଦିଆଯିବ, ତାହା ଉପରେ ନଜର ରହିବ । ଏନସିବି ଯଦି ଏହି ମର୍ମ ରେ କୋର୍ଟ କୁ ଯାଏ ତେବେ ଆର୍ଯ୍ୟନ ଙ୍କୁ ବେଲ ମିଳିବାର ସମ୍ଭାବନା ରହିଛି I
ସେପଟେ, କ୍ରୁଜ୍‌ ରେଭ୍‌ ପାର୍ଟି ମାମଲାରେ ଏନ୍‌ସିପି ନେତା ନୱାବ ମଲିକ ଅଭିଯୋଗ କରିଥିଲେ ,ଏନସିବି ଅଧିକାରୀ ମାନେ କାର୍ଡେ଼ଲିଆ ଜାହାଜରେ ଚଢ଼ଉବେଳେ ସେମାନଙ୍କ ସହିତ ବିଜେପି ର କିଛି ନେତା ଥିଲେ I ତେଣୁ ଯୋଜନାବଦ୍ଧ ଭାବେ ଜାହାଜରେ ଚଢ଼ଉ ହୋଇଥିଲା ଏବଂ ଆର୍ଯ୍ୟନ ଙ୍କୁ ଫ‌ସାଇବା ପାଇଁ ବିଜେପି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରିଛି। କାରଣ ଆର୍ଯ୍ୟନ ଖାଁ କୁ ଏନସିବି କାର୍ଯ୍ୟାଳୟ ନିଆଯାଉଥିବାବେଳେ ଗୋଶାବି ନାମକ ଜଣେ ବ୍ୟକ୍ତି ଆର୍ଯ୍ୟନ ଙ୍କ ସହିତ ସେଲ୍ଫି ନେଇଥିଲେ I ସେ ବିଜେପି ର ଜଣେ କର୍ମକର୍ତା ହୋଇଥିଲେ ମଧ୍ୟ ଆର୍ଯ୍ୟନ ଙ୍କ ହାତ ଧରି କାର୍ଯ୍ୟାଳୟକୁ ନେଉଥିଲେ I
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମଧ୍ୟ ଡ୍ରଗ୍ସ କଥା ଉଠିଥିଲା। ସମଗ୍ର ବଲିଉଡ୍‌କୁ ବଦ୍‌ନାମ କରିବା ପାଇଁ ଏଭଳି ଉଦ୍ୟମ କରାଯାଉଛି ବୋଲି ମଲିକ କହିଥିଲେ। ମଲିକଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି ଏନ୍‌ସିବି କହିଛି ମଲିକଙ୍କ ବୟାନ ମନଗଢ଼ା ଏବଂ ସଂପୂର୍ଣ୍ଣ ଭିତ୍ତିହୀନ । ଏନ୍‌ସିବି ଡେପୁଟି ଡିଜି ଜ୍ଞାନେଶ୍ବର ସିଂହ କହିଛନ୍ତି, ଏନ୍‌ସିବିର ଏହି ପ୍ରକ୍ରିୟା ସଂପୂର୍ଣ୍ଣ ପାରଦର୍ଶୀ ଓ ନିରପେକ୍ଷ ରହିଛି ଏବଂ ଆଗକୁ ଏହା ଜାରି ରହିବ ।
ଏନ୍‌ସିବି ପକ୍ଷରୁ କୁହାଯାଇଛି, କ୍ରୁଜ୍‌ ଜାହାଜରୁ ନିଷିଦ୍ଧ ଔଷଧ ଜବତ ପରିପ୍ରେକ୍ଷୀରେ ଗିରଫ ହୋଇଥିବା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଙ୍କ ସମେତ ୮ ଜଣଙ୍କ ନିକଟରୁ ଡ୍ରଗ୍ସ ଏବଂ ୧.୩୩ ଲକ୍ଷ ଟଙ୍କା ଜବତ କରାଯାଇଛି । ରବିବାର ଦିନ ଇଣ୍ଟର ନ୍ୟାସନାଲ କ୍ରୁଜ୍‌ ଟର୍ମିନାଲ, ଗ୍ରୀନ୍‌ ଗେଟ୍‌ ମୁମ୍ବାଇ ଏବଂ କାର୍ଡିଲିୟା କ୍ରୁଜ୍‌ ଜାହାଜରେ ହୋଇଥିବା ଚଢ଼ଉବେଳେ ବିକ୍ରାନ୍ତ ଛୋକର, ଇସ୍ମିତ ସିଂହ ଚଢ଼ା, ଅରବାଜ ଏ ମର୍ଚ୍ଚାଣ୍ଟ, ଆରୟନ୍‌ ଖାନ୍‌, ମୋହକ ଜଶୱାଲ, ମୁନ୍‌ମୁନ ଧମେଚା ଏପଂ ନୂପୁର ସତିଜାଙ୍କ ନିକଟରୁ ୧.୩୩ ନଗଦ ଟଙ୍କା ସହ ଅଫିମ, ଚରସ୍‌, ମେଫେଡ୍ରୋନ୍‌, ହାଇଡ୍ରୋପୋନିକ୍‌ ବିଡ ଏବଂ ଏମ୍‌ଡିଏମ୍‌ଏ ଭଳି ଡ୍ରଗ୍ସ ଜବତ କରାଯାଇଥିଲା ।
ସେପଟେ ନୱାବ ଙ୍କୁ ସମର୍ଥନ କରି କଂଗ୍ରେସ ନେତା ସଚିନ ସାୱନ୍ତ କହିଛନ୍ତି ଏହି ଅଭିଯୋଗ ର ବିଦ୍ଧିବଧ ତଦନ୍ତ ହେବା ଉଚିତ I

Leave A Reply

Your email address will not be published.