ମୁଣ୍ଡଳୀ ଦନ୍ତାହାତୀ ମୃତ୍ୟୁ ର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

31

ମୁଣ୍ଡଳୀ ବ୍ୟାରେଜ ମହାନଦୀ ପାଣି ରେ ଫସିଥିବା ଦନ୍ତାହାତୀ ମୃତ୍ୟୁ ଘଟଣାର ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ଦର୍ଶାଯାଇଛି, ମାନସିକ ଆଘାତ ଜନିତ କାରଣରୁ ହାତୀର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର ୩ ଦିନ ଅର୍ଥାତ ୭୨ ଘଂଟା ପୂର୍ବରୁ ହାତୀର ମୃତ୍ୟ ହୋଇଥିବା ରିପୋର୍ଟରେ କୁହାଯାଇଛି । ସାଲେପୁର ବ୍ଲକ ପଶୁସମ୍ପଦ ଅଧିକାରୀ ବନବିଭାଗକୁ ତାଙ୍କ ରିପୋର୍ଟ ଦେଇଛନ୍ତି ।
ତେବେ ପରିବେଶବିତ୍ ଏହି ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମହାନଦୀର ମୁଣ୍ଡୁଳୀ ବ୍ୟାରେଜରେ ସେପେଟମ୍ବର ୨୪ ତାରିଖରେ ଏହି ଅଘଟଣ ଘଟିଥିଲା । ୨୬ ତାରିଖରେ ଦନ୍ତାର ମୃତଦେହ ଯୋବ୍ରା ଆନିକଟ ନିକଟରେ ଠାବ କରାଯାଇଥିଲା ଓ ୨୮ ତାରିଖରେ ବ୍ୟବଚ୍ଛେଦ ହୋଇଥିଲା । ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍‌ ତଥା ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ୍‌ ମହାନ୍ତି । ତାଙ୍କ କହିବା କଥା ହେଲା ହାତୀ ପାଣିରେ ଖସିଗଲା ଓ ପାଣିରେ ବୁଡ଼ି ତା’ର ମୃତ୍ୟୁ ହେଲା । ତେବେ ‘ସକ୍‌’ରେ ତା’ର ମୃତ୍ୟୁ ହେଲା କିପରି ବୋଲି ସେ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଏହା ଭିତରେ ମୁଣ୍ଡଳୀ ଟ୍ରାଜେଡିକୁ ଅନେକ ଦିନ ବିତି ଯାଇଛି । ବୋଟ ଦୁର୍ଘଟଣାରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ, ଓଡ୍ରାଫ୍ ବୁଡାଳି ସୀତାରାମ ମୁର୍ମୁଙ୍କ ଜୀବନ ଯାଇଛି । ଏହାର ଦୁଇ ଦିନ ପରେ ଦନ୍ତା ହାତୀର ଜୀବନ ମଧ୍ୟ ଯାଇଛି I କିନ୍ତୁ ଏହି ଘଟଣାରେ କେବଳ ତଦନ୍ତ ନିର୍ଦ୍ଦେଶ ଦେଇ ସରକାର କାମ ସାରିଦେଇଛନ୍ତି ।ଏଠାରେ ପ୍ରଶ୍ନ ଉଠୁଛି ମିଶନ ଗଜ ଉଦ୍ଧାର ବିଫଳ ହେବାରେ ‌ଭୁଲ କେଉଁଠି ରହିଲା ? ହାତୀ ଘଉଡାଇବାକୁ ଓଡ୍ରାଫ୍‌ ଟିମ୍‌କୁ କିଏ ଡକାଇଥିଲା ? ପୁଲିସ କ’ଣ ପାଇଁ ଭିଡକୁ ନିୟନ୍ତ୍ରଣ କରିବାରେ ବିଫଳ ହେଲା ? ଗଜ ଉଦ୍ଧାର ପାଇଁ ବନବିଭାଗ କୌଣସି ପଦକ୍ଷେପ ନେଲା ନାହିଁ କାହଁକି ? କଣ କରିଥିଲେ ଦୁର୍ଘଟଣା କୁ ଏଡାଯାଇ ପାରିଥାନ୍ତା I ଅକାଳରେ ତିନିତିନିଟି ଜୀବନ ଯିବାପାଇଁ ଦାୟୀ କିଏ ? ଏଭଳି ଅନେକ ପ୍ରଶ୍ନ ଏବେ ବି ରହସ୍ୟଘେର‌ରେ ରହିଛି ।

Leave A Reply

Your email address will not be published.