କଲେଜ ପରିସରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ତିନି ଅଭିଯୁକ୍ତ ଗିରଫ

189

ନୂଆଦିଲ୍ଲୀ: କୋଲକାତାରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। କଲେଜ ପରିସରରେ ଏଭଳି ଅଭାନୀୟ ଘଟଣା ଘଟିଛି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଗଣଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀ ଆଇନ ପାଠ ପଢୁଥିଲେ। ପୋଲିସର ସୂଚନା ଅନୁଯାୟୀ, ଘଟଣାଟି ଜୁନ ୨୫ ତାରିଖରେ ଘଟିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଛାତ୍ର ମଧ୍ୟ ଅଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, କୋଲକାତାରେ ଛାତ୍ରୀଙ୍କ ସହିତ ଦୁଷ୍କର୍ମ ମାମଲାର ଏହା ପ୍ରଥମ ଘଟଣା ନୁହେଁ। ଗତ ବର୍ଷ ଆରଜି କର ମେଡିକାଲ କଲେଜରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ପୋଲିସ ସେହି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା। ପରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ସିଆଲଦହ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା। ତାଙ୍କ ଉପରେ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଯାଇଥିଲା। ମାମଲାର ୧୬୪ ଦିନ ପରେ ଦୋଷୀ ସଞ୍ଜୟ ରାୟଙ୍କୁ ଦଣ୍ଡ ଦିଆଯାଇଥିଲା।

Comments are closed, but trackbacks and pingbacks are open.