ପୁଅ ଦୋଷୀ ସାବ୍ୟସ୍ତ ହେଲେ ପଦ ଛାଡ଼ିବି :କେନ୍ଦ୍ର ମନ୍ତ୍ରୀ

32

ଲଖିମପୁର ଖେରୀ ହିଂସା ଘଟଣା ରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଙ୍କ ପୁଅ ଆଶିଷ ମିଶ୍ର ଙ୍କ ବିରୋଧ ରେ ହତ୍ୟା ମାମଲା ରୁଜୁ କରାଯାଇଛି I ଦଳଜିତ ସିଂ ନାମକ ଜଣେ କୃଷକ ଙ୍କ ଅଭିଯୋଗ ଆଧାରର ରେ ପୋଲିସ ଆଶିଷ ଙ୍କ ବିରୋଧ ରେ ହତ୍ୟା ମାମଲା ରୁଜୁ କରିଛି Iମାମଲା ଅନୁଯାୟୀ ଆଶିଷ ଗାଡି ଚଢାଇ କୃଷକ ଙ୍କୁ ମାରିଛନ୍ତି I ଏହା ସହିତ ସେ କୃଷକ ଙ୍କ ଉପରକୁ ଗୁଳି ଚଳାଇଥିବା ଏତଲା ରେ ଦର୍ଶାଯାଇଛି I ଏତଲା ରୁଜୁ ପରେ ପୋଲିସ ତଦନ୍ତ ନିମନ୍ତେ ସ୍ୱତନ୍ତ୍ର ଦଳ (ଏସଆଇଟି )ଗଠନ କରାଯାଇଛି
ଏହି ଘଟଣାପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶ ର ଆଇନ ବ୍ୟବସ୍ଥା ଉପରେ ମୋର ବିଶ୍ୱାସ ରହିଛି I ସେହି ଅନୁସାରେ ଜଣଙ୍କ ବିରୋଧ ରେ ଅଭିଯୋଗ କରିବାର ଅଧିକାର ଆନ୍ୟ ଜଣଙ୍କ ର ରହିଛି I ତେବେ ତାଙ୍କ ପୁଅ ବିରୋଧ ରେ ଯେଉଁ ଅଭିଯୋଗ ହୋଇଛି ସେଥିରେ ସେ ଦୋଷୀ ସାବ୍ୟସ୍ତ ହେଲେ ସେ ମନ୍ତ୍ରୀ ପଦ ଛାଡି ଦେବେ I ସେ କହିଛନ୍ତି ଘଟଣା ସ୍ଥଳରେ ମୋ ପୁଅ ଉପସ୍ଥିତ ନ ଥିଲା ଗାଡି ତାଙ୍କ ଡ୍ରାଇଭର ଚଳାଉଥିଲା I କିନ୍ତୁ ଯେ କୌଣସି ତଦନ୍ତ କାରୀ ସଂସ୍ଥା ସମ୍ମୁଖ ରେ ତାଙ୍କ ପୁଅ ହାଜର ହେବାକୁ ପ୍ରସ୍ତୁତ ଅଛି I

Leave A Reply

Your email address will not be published.