୧୦ ରେ ଆସୁଛି ଆଉ ଏକ ଲଘୁଚାପ : ଅଧିକ ଘନୀଭୂତ ହେବା ସମ୍ଭାବନା

25

ଉତ୍ତର ଆଣ୍ଡାମାନ୍ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା କାରଣ ରୁ ଆଗାମୀ ୧୦ ତାରିଖରେ ଆଉ ଏକ ଲଘୁଚାପ ଓଡିଶା ମୁହାଁ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ।
ପରବର୍ତ୍ତୀ ୪ ରୁ୫ ଦିନ ମଧ୍ୟରେ ଓଡିଶା ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଆସନ୍ତା ସପ୍ତହେ ଯାଏ ରାଜ୍ୟରେ କାଁ ଭାଁ ବର୍ଷା ହେବ । ଅକ୍ଟୋବର ତୃତୀୟ ସପ୍ତାହରେ ବି ବର୍ଷା ସମ୍ଭାବନା ରହିଛି । ସାଧାରଣତଃ ଅକ୍ଟୋବର ମାସରେ ଅଧିକ ବାତ୍ୟା ହୁଏ । ପୁଣି କେନ୍ଦ୍ରୀୟ ବଙ୍ଗୋପସାଗର ଓ ବାୟୁମଣ୍ଡଳର ପରିସ୍ଥିତି ଆନ୍ଧ୍ରରେ ସୃଷ୍ଟ ଅବପାତକୁ ଅଧିକ ଘନୀଭୂତ କରିବା ପାଇଁ ପାଗ ଅନୁକୂଳ ରହୁଛି । ତେବେ ଯଦି ଏହା ସମୁଦ୍ରରେ ୫ ଦିନରୁ ଅଧିକ ରହିବ ଏହା ବଳଶାଳୀ ହୋଇ ବାତ୍ୟା ରୂପ ନେବ । କିନ୍ତୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ । ରାଜ୍ୟରେ ଅଧିକ ପବନର ସମ୍ଭାବନା ବି ନାହିଁ । ତେବେ ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଏ ବର୍ଷ ମୌସୁମୀ ବର୍ଷ ଠିକ ସମୟ ରେ ଆସିଥିଲେ ମଧ୍ୟ ପ୍ରତ୍ୟାବର୍ତ୍ତନରେ ୩୬ ଦିନ ବିଳମ୍ବ ହୋଇଛି । ପଶ୍ଚିମ ଓ ଉତର ପବନ ସକ୍ରିୟ ହେଉଥିବାରୁ ଧିରେ ଧିରେ ଅପସରି ଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ତେବେ ଓଡିଶାରେ ଏହି ପ୍ରକ୍ରିୟା ଅକ୍ଟୋବର ୨୦ ଆଡକୁ ଆରମ୍ଭ ହେବ ।ସେପଟେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୧୦ରୁ ୧୨ ତାରିଖ ଓଡ଼ିଶାରେ ବର୍ଷା ହେବ ।

Leave A Reply

Your email address will not be published.