ଇରାନ୍‌ରେ ଫସିରହିଛନ୍ତି ୧୫୦୦ ଭାରତୀୟ ଛାତ୍ରଛାତ୍ରୀ

576

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧକୁ ଦୃଷ୍ଟିରେ ରଖି ଇରାନରେ ପଢ଼ୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଚିନ୍ତା ପ୍ରକାଶ କରିଛନ୍ତି ଭାରତ ସରକାର। ଭାରତ ସରକାର ଇରାନରୁ ଛାତ୍ରମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଅନୁମତି ମାଗିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଇରାନରେ ଥିବା ଭାରତୀୟ ଛାତ୍ରଙ୍କ ସହିତ ଯୋଗାଯୋଗରେ ଅଛି। ଇରାନରେ ପଢ଼ୁଥିବା ଭାରତୀୟ ଛାତ୍ର ଏବଂ ଇରାନରେ କାମ କରୁଥିବା ଅନ୍ୟ ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେଉଛି। ଆଜି ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ ଇରାନରେ ଥିବା କିଛି ଭାରତୀୟ ଛାତ୍ରଙ୍କୁ ଦେଶ ଭିତରେ “ସୁରକ୍ଷିତ ସ୍ଥାନ”କୁ ସ୍ଥାନାନ୍ତର କରାଯାଉଛି। ୧୫୦୦ରୁ ଅଧିକ ଛାତ୍ର ଇରାନରେ ଅଛନ୍ତି।
ସୂଚନା ଆସୁଛି ଯେ ତେହେରାନ ମେଡିକାଲ ସାଇନ୍ସ ବିଶ୍ୱବିଦ୍ୟାଳୟରେ ପ୍ରବାସୀ ଛାତ୍ରଙ୍କ ହଷ୍ଟେଲ ନିକଟରେ ଏକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଦୁଇ ଜଣ ଭାରତୀୟ ଛାତ୍ର ଆହତ ହୋଇଛନ୍ତି। ଏହି ଦୁଇ ଛାତ୍ର କାଶ୍ମୀରର। ସୁରକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ଉଭୟ ଛାତ୍ରଙ୍କୁ ରାମସାରକୁ ସ୍ଥାନାନ୍ତରିତ କରିଛି ବୋଲି କୁହାଯାଉଛି।

Comments are closed, but trackbacks and pingbacks are open.