ରହସ୍ୟମୟୀ ମହିଳା ଙ୍କ ଚାନ୍ଦିପୁର ଲିଙ୍କ : ଭିନ୍ନ ଭିନ୍ନ ପ୍ରକ୍ସି ଆଇପି ବ୍ୟବହାର କରୁଥିଲେ

28

ଚାନ୍ଦୀପୁର ଘାଟିରୁ ଗୁପ୍ତଚର ଘଟଣା ର ଅଭିଯୁକ୍ତ ମାନଙ୍କର ସ୍ବୀକାରୋକ୍ତି ଅନୁସାରେ ନୂଆ ତଥ୍ୟ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ଇ ଏ ସଂକ୍ରାନ୍ତରେ ବୟାନ ଦେଇ କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡା କହିଛନ୍ତି ,ରହସ୍ୟମୟୀ ମହିଳାଙ୍କ ପାକିସ୍ତାନ ଲିଙ୍କ ରହିଥିବା ସ୍ପଷ୍ଟ ହୋଇଛି । ସେ ଭିନ୍ନ ଭିନ୍ନ ଆଇପି ଆଡ୍ରେସ ରୁ ୪ଟି ଫେସବୁକ ଆକାଉଂଟ ଭୁବହାର କରୁଥିଲେ ଇ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଏହି ନୂଆ ତଥ୍ୟ ମିଳିଛି । ୩ଟି ଆକାଉଂଟ ଇସଲାମାବାଦ ଓ ଗୋଟିଏ ରାୱଲପିଣ୍ଡିରୁ ବ୍ୟବହାର ହେଉଥିଲା ।
ରହସ୍ୟମୟୀ ମହିଳା ଜଣକ ପ୍ରକ୍ସି ଆଇପି ବ୍ୟବହାର କରୁଥିଲେ । ତେଣୁ ତାଙ୍କ ଲୋକେସନ ବ୍ରିଟେନ ଦେଖାଉଥିଲା । ସବୁଠାରୁ ବଡ କଥା ହେଉଛି ଏପର୍ଯ୍ୟନ୍ତ ମଧ୍ୟ ରହସ୍ୟମୟୀ ମହିଳାଙ୍କ ଅନେକ ଆକାଉଂଟ ଆକ୍ଟିଭ ରହିଥିବା ଜଣାପଡିଛି । ତେଣୁ ଡିଆରଡିଓର ଆଉ କେହି କର୍ମଚାରୀ ସେହି ରହସ୍ୟମୟୀ ମହିଳାଙ୍କ ସମ୍ପର୍କରେ ଅଛନ୍ତି କି ନାହିଁ ସେ ନେଇ ସ୍ପଷ୍ଟ କରିନାହାନ୍ତି କ୍ରାଇମବ୍ରାଂଚ ଏଡିଜି ।

Leave A Reply

Your email address will not be published.