ଆଜି ପ୍ରଥମ ରଜ: ଘରେ ଘରେ ପୋଡ଼ପିଠା ସହ ଦୋଳିର ଆସର

114

ଭୁବନେଶ୍ବର: ସାଧାରଣତଃ ରଜଗୀତଟି ଓଡିଶାର ପୁରପଲ୍ଲୀରେ ବେଶ୍ ଆଦୃତି ଲାଭ କରିଛି। ରଜ ଗୀତ ଗାଇ ଦୋଳି ଖେଳି ଏବଂ ପୋଡପିଠା ଖାଇ ରଜ ମନାଉଛନ୍ତି କୁଆଁରିମାେନ। ଏହି ଏକ ଲୋକଗୀତା ଯାହା ପିଢି ପରେ ପିଢି ଗାଇ ଆସୁଛନ୍ତି। ଏହି ଗୀତକୁ କିଏ ରଚନା କରିଛି ତାହା ଏ ପର୍ଯ୍ୟନ୍ତ କେହି ଜାଣନ୍ତି ନାହିଁ। ହେଲେ ଏହା ଓଡିଶାର ଏ ପ୍ରସିଦ୍ଧି ଲୋକଗୀତ ଭାବେ ବେଶ ମାନ୍ୟତା ହାସଲ କରିଆସିଛି। ଏହି ଗୀତର ପ୍ରଥମ ଧାଡି ପ୍ରାତଃ ସମସ୍ତେ ଅବଗତ ଅଛନ୍ତି। ତାହା ହେଲା ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ । ହୁଏତ ଏହାପରେ ଆଉ ଦୁଇ ତିନି ଧାଡି କାହାର ମନେ ଥିବା। ମାତ୍ର ପୁରା ଗୀତଟି କାହାର ମନେ ନ ଥିବ। ଆପଣ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ ଯେ, ଏହି ଗୀତଟିରେ ରହିଛି ୩୭ଟି ବହୁତ ମଜାଳିଆ ପଦ। ସମସ୍ତ ପଦଗୁଡିକ ଓଡିଶାର ସାମାଜିକ ଜୀବନ ,ଲୋକ ସଂସ୍କୃତି ଓ ଲୋକକଳା ସହିତ ଓତଃପ୍ରାତ ଭାବେ ଜଡିତ।

Comments are closed, but trackbacks and pingbacks are open.