ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି କରୁଛି। ଏହି ସମୟରେ ଏକ ବଡ଼ ଖବର ଆସିଛି। ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଭାରତ ଫେରି ଆସୁଛନ୍ତି। କୁହାଯାଉଛି ଯେ, ତାଙ୍କ ମାଆଙ୍କୁ ହୃଦଘାତ ହୋଇଥିଲା, ଯାହା ପରେ ତାଙ୍କୁ ICUରେ ଭର୍ତ୍ତି କରାଯାଇଛି। ଗୌତମ ଗମ୍ଭୀର ଜୁନ୍ ୭ ତାରିଖରେ ଦଳ ସହିତ ଲଣ୍ଡନ ପହଞ୍ଚିଥିଲେ। ଦଳ ବର୍ତ୍ତମାନ ବେକେନହାମରେ ଅଭ୍ୟାସ କରୁଛି। ଆଜିଠାରୁ ଏଠାରେ ଆନ୍ତଃ-ସ୍କ୍ୱାଡ୍ ଅଭ୍ୟାସ ମ୍ୟାଚ୍ ଖେଳାଯିବାକୁ ଅଛି, କିନ୍ତୁ ଏହା ପୂର୍ବରୁ ଗମ୍ଭୀରଙ୍କୁ ଦଳରୁ ଅଲଗା ହୋଇ ଭାରତ ଫେରିବାକୁ ପଡିଥିଲା। ତଥାପି ସେ ଜୁନ୍ ୨୦ ତାରିଖରୁ ଆରମ୍ଭ ହେଉଥିବା ଟେଷ୍ଟ ପୂର୍ବରୁ ଇଂଲଣ୍ଡରେ ଦଳ ସହିତ ରହିବେ।ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ, ଗମ୍ଭୀର ୧୭ ଜୁନରେ ଇଂଲଣ୍ଡ ଫେରିବେ। ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ ୨୦ ଜୁନରୁ ଲିଡ୍ସର ହେଡିଙ୍ଗଲି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ।
Comments are closed, but trackbacks and pingbacks are open.