ପ୍ଲେନ କ୍ରାସ ପରେ Air India CEOଙ୍କ ବୟାନ

459

ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ସିଇଓ ତଥା ଏମଡି କ୍ୟାମ୍ପବେଲ ୱିଲସନଙ୍କ ବୟାନ ଆସିଛି। ସେ କହିଛନ୍ତି ଯେ ଫେଡେରାଲ ଏଭିଏସନ ଆଡମିନେଷ୍ଟ୍ରେସନ (ଏଫଏଏ) ଏବେ ଏୟାର ଇଣ୍ଡିଆ ସହ ସମ୍ପର୍କରେ ଅଛନ୍ତି। ଯେବେ କୌଣସି ଅନ୍ତର୍ଜାତୀୟ ଘଟଣା ଘଟେ ସେତେବେଳେ ସେହି ଦେଶର ସରକାର ଘଟଣାର ଯାଞ୍ଚ କରନ୍ତି। ଏହି ସମୟରେ ସରକାର ଯଦି କୌଣସି ସହାୟତା ଚାହାନ୍ତି ତେବେ ସହଯୋଗ କରାଯିବ। ଏଫଏଏ ଲଗାତାର ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି ବୋର୍ଡ (ଏନଟିଏସବି)ଙ୍କ ମାଧ୍ୟମରେ ଏୟାର ଇଣ୍ଡିଆ ଅଧିକାରୀଙ୍କ ଠାରୁ ଏହି ଘଟଣା ନେଇ କଥା ହେଉଛନ୍ତି। ସିଇଓ କହିଛନ୍ତି ଯେ ଏଫଏଏ ଯାଞ୍ଚରେ ବୈଷୟିକ ସହାୟତା ନିମନ୍ତେ ତାଙ୍କର ଏକ ଟିମ ପଠାଇବାକୁ ମଧ୍ୟ ପ୍ରସ୍ତୁତ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ଟିମକୁ ଅହମଦାବାଦ ପଠାଯାଇଛି। ଏହି ଟିମ୍ ସରକାରଙ୍କ ଯାଞ୍ଚରେ ସହଯୋଗ କରିବେ ଓ ଯାତ୍ରୀଙ୍କ ପରିଜନଙ୍କୁ ମଧ୍ୟ ସହାୟତା କରିବେ। ସେ କହିଛନ୍ତି ଯାତ୍ରୀଙ୍କ ପରିଜନଙ୍କ ନିମନ୍ତେ ହେଲପଲାଇନ ନମ୍ବର ୧୮୦୦ ୫୬୯୧ ୪୪୪ ଜାରି କରାଯାଇଛି। ପରିଜନଙ୍କ ଲାଗି ଏହି ନମ୍ବର ୨୪ ଘଣ୍ଟା କାମ କରିବ। ଏୟାର ଇଣ୍ଡିଆ ସିଇଓ ତଥା ଏମଡି କ୍ୟାମ୍ପବେଲ ୱିଲସନ କହିଛନ୍ତି ଯେ ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ। ଏୟାଇଣ୍ଡିଆର ସମସ୍ତ କର୍ମଚାରୀ ଏବେ ଦୁଃଖରେ ଅଛନ୍ତି। ସମସ୍ତ ପ୍ରଶ୍ନର ଉତ୍ତର ଏବେ ଦିଆଯାଇ ପାରିବ ନାହିଁ, ହେଲେ ପ୍ରତିଶ୍ରୁତି ଦେଉଛି ପାରଦର୍ଶିତା ଓ ଗୁରୁତ୍ୱର ସହ ଏହି ଦୁର୍ଘଟଣାର ଯାଞ୍ଚ କରାଯିବ।

Comments are closed, but trackbacks and pingbacks are open.