ଭାରତୀୟ ସୁନ୍ଦରୀ ଜିତିଲେ ମିସ୍ ୱାର୍ଲଡ ଆମେରିକା ଟାଇଟଲ

29

ଆମେକରିକାର ଲସ୍ ଆଞ୍ଜେଲସରେ ଆୟୋଜିତ ହୋଇଥିବା ସୁନ୍ଦରୀ ପ୍ରତିଯୋଗିତାରେ ଭାରତୀୟ ବଂଶୋଦ୍ଭବ ଶ୍ରୀସାଇନି ମିସ୍ ୱାର୍ଲଡ ଆମେରିକା -୨୦୨୧ ଟାଇଟଲ ଜିତିଛନ୍ତି । ଏହି ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହେବାରେ ସେ ପ୍ରଥମ ଭାରତୀୟ । ଏହାସହ ପ୍ରଥମ ଭାବେ ସେ ଆମେରିକାକୁ ପ୍ରତିନିଧିତ୍ୱ କରିଛନ୍ତି । ସେ ଆମେରିକାର ୱାଶିଂଟନ ଠାରେ ରହି ଆସୁଛନ୍ତି Iଏହି ସୁନ୍ଦରୀ ପ୍ରତିଯୋଗିତାରେ ସେ ବିଜୟୀ ହୋଇଥିବାବେଳେ ତାଙ୍କୁ ମୁକୁଟ ପିନ୍ଧାଇ ଥିଲେ ୨୦୧୭ ମିସ୍ ୱାର୍ଲଡ୍ ଡାଏନା ହେଡେନ୍ ।

ମିସ ସାଇନି ୧୯୯୬ରେ ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ ଇ ତାଙ୍କୁ ୫ ବର୍ଷ ହୋଇଥିବାବେଳେ ବାପା, ମା’ଙ୍କ ସହ ଆମେରିକା ଯାଇଥିଲେ । ମାତ୍ର ୧୨ ବୟସରେ ତାଙ୍କର ହୃଦଘାତ ଜନିତ ସମସ୍ୟା ହେବାରୁ ତାଙ୍କୁ ସ୍ଥାୟୀ ପେସ୍ ମେକର ଲଗାଇବାକୁ ପଡିଥିଲା । ପରେ ଏକ କାର ଦୁର୍ଘଟଣାରେ ତାଙ୍କ ମୁହଁ ଗୁରୁତର ଭାବେ କ୍ଷତ ବିକ୍ଷତ ହୋଇଥିଲା । ହେଲେ ଏତେସବୁ ସମସ୍ୟାକୁ ତାଙ୍କ ଜୀବନ ପଥରେ ପ୍ରତିବନ୍ଧକ ହେବାକୁ ଦେଇନଥିଲେ ସାଇନି । ମିସ୍ ୱାର୍ଲଡ ଆମେରିକା ଟାଇଟଲ ଜିତିବା ପୂର୍ବରୁ ସେ ଅନେକ ସୁନ୍ଦରୀ ପ୍ରତିଯୋଗିତରେ ଭାଗ ନେଇ ବିଜୟୀ ହୋଇପାରିଛନ୍ତି । ଏପରିକିି ୨୦୧୯ରେ ଆୟୋଜିତ ମିସ୍ ୱାର୍ଲଡ୍ ଆମେରିକାରେ ସେ ଭାଗ ନେଇଥିଲେ । ଏଥିରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ । ହେଲେ ଫାଇନାଲ ରାଉଣ୍ଡ ସମୟରେ ତାଙ୍କର ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ ଏଥିରୁ ଓହରି ଆସିବାକୁ ବାଧ୍ୟ ହୋଇଥିଲେ । ଏହି ମୁକୁଟ ଜିତିବା ପରେ ନିଜ ଖୁସିକୁ ପ୍ରକାଶ କରିବାକୁ ନର୍ଭସ ହୋଇଯାଇଥିଲେ । ତାଙ୍କର ଏହି ସଫଳତାରେ ଆମେରିକା ସରକାର ମଧ୍ୟ ବେଶ ଖୁସି ଜାହିର କରିଛି ।ଏପରି ସୁନ୍ଦରୀ ପ୍ରତିଯୋଗିତାକୁ ବାଦ ଦେଇ ବିଭିନ୍ନ ସମାଜ କଲ୍ୟାଣ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି ଶ୍ରୀ ସାଇନି ।

Leave A Reply

Your email address will not be published.