ବାଇଶିପାହାଚ ଓ ବିନ୍ଦୁସାଗରରେ ମହାଳୟା ଶ୍ରାଦ୍ଧ ପକାଇବା ମନା

28

ଆଜି ହେଉଛି ପିତୃପକ୍ଷର ଶେଷ ଦିନ ମହାଳୟା ଅମାବାସ୍ୟା। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ପିତୃପକ୍ଷ ହୋଇଥାଏ । ଏହି ପନ୍ଦର ଦିନ ପିତୃପକ୍ଷ ଧରାବତରଣ କରନ୍ତି ବୋଲି ବିଶ୍ୱାସ ରହିଛି I ତେଣୁ ଆମ ପରମ୍ପରା ଅନୁସାରେ ଏହି ପନ୍ଦର ଦିନ ପ୍ରତି ଘରେ ଘରେ ତିଥି ଅନୁସାରେ ଶ୍ରାଦ୍ଧ ଦେଇଥାନ୍ତି I ହେଲେ ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନ ଥାନ୍ତି ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରି ଏହି ଶ୍ରାଦ୍ଧ ଦେଇଥାନ୍ତି I ମହାଳୟା ଶ୍ରାଦ୍ଧ ବିଶେଷକରି ମନ୍ଦିର ନିକଟସ୍ଥ ପୋଖରୀ କିମ୍ବା ଶ୍ରୀ ଜଗନ୍ନାଥ ମନ୍ଦିର ବାଇଶି ପାହାଚ ରେ ଦିଆଯାଇଥାଏ କିନ୍ତୁ ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ବାଇଶିପାହାଚ ଓ ରାଜଧାନୀର ବିନ୍ଦୁସାଗରରେ ମହାଳୟା ଅମାବାସ୍ୟା ପାଳନ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି।
କୋଭିଡ୍ କଟକଣା ଯୋଗୁଁ ଶ୍ରୀମନ୍ଦିର ବାଇଶିପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବନ୍ଦ ରହିଥିବା ବେଳେ ଉତ୍ତରଦ୍ୱାର ସମ୍ମୁଖରେ ଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୂରଦୂରାନ୍ତ ଆସୁଥିବା ଭକ୍ତ ଏଠାରେ ଶ୍ରାଦ୍ଧ ଦେଉଛନ୍ତି ।
ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ମଧ୍ୟ ତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି ଶ୍ରଦ୍ଧାଳୁ । ପିତୃପକ୍ଷରେ ବିଶେଷକରି ପିତା, ପିତାମହ, ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି । ସେପଟେ ଏସ୍ଓପି ଆଧାରରେ ଶ୍ରୀମନ୍ଦିରକୁ କୌଣସି ଭକ୍ତଙ୍କ ପ୍ରବେଶ କରିପାରିବେ ନାହିଁ, କିନ୍ତୁ ଉତ୍ତର ଦ୍ୱାର ବାହାରେ ମହାପ୍ରସାଦ ପାଇପାରିବେ ।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମହାଳୟା ପାଇଁ କଟକଣା ଲାଗୁ କରିଛି ବିଏମ୍‌ସି। ବିନ୍ଦୁସାଗରରେ ମହାଳୟା ପାଳନକୁ ସଂପୂର୍ଣ୍ଣ ବାରଣ କରାଯାଇଛି । କିନ୍ତୁ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ନୂଆ ତିଆରି ହୋଇଥିବା ବଜାର ମଧ୍ୟରେ ବିଧି ରକ୍ଷା ପାଇଁ ବ୍ରାହ୍ମଣ ଙ୍କୁ ଭୋଜ୍ୟ ଦିଆଯାଉଛି I ଏଥିସହ ସେଠାରେ ବ୍ରାହ୍ମଣ ଭୋଜନ ସହ ମହାଳୟା ସଂପର୍କିତ ନୀତିକାନ୍ତି ପାଳନ କରିବା ଉପରେ ମଧ୍ୟ କଟକଣା ଲାଗୁ କରିଦେଇଛି। କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଭୁବନେଶ୍ୱର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.