ପୁଣି ବଢ଼ିଲା ତୈଳଦର, ଭୁବନେଶ୍ୱରରେ ୧୦୦ ଧରିଲା ଡିଜେଲ

28

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବଢ଼ିଛି। ଗତାକାଲି ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୨୫ ଓ ୩୦ ପଇସା ବଢ଼ିଥିଲା। ବର୍ଦ୍ଧିତ ତୈଳ ଦର ଅନୁସାରେ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ଦାମ ୧୦୨.୯୪ ଟଙ୍କା ଓ ଡିଜେଲ ଲିଟର ପିଛା ୯୧.୪୨ ଟଙ୍କା ହୋଇଛି। ଗତକାଲି ଦିଲ୍ଲୀରେ ପେଟ୍ରୋଲ ୧୦୨.୬୪ ଟଙ୍କା ଓ ଡିଜେଲ ୯୧.୦୭ ଟଙ୍କାରେ ବିକ୍ରି ହେଉଥିଲା। ଦିନକୁ ଦିନ ଦେଶରେ ମାହାଙ୍ଗା ହେବାରେ ଲାଗିଛି ତୈଳଦର।
ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୧୦୦ ଟଙ୍କା ପାର କରିବାକୁ ବସିଲାଣି। ଆଜି ପେଟ୍ରୋଲ ୧୭ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଦାମ ୨୬ ପଇସା ବଢ଼ିଛି। ନୂଆ ଦର ଲାଗୁ ହେବା ପରେ ରାଜଧାନୀବାସୀ ଆଜି ପେଟ୍ରୋଲ ୧୦୩.୬୯ ଟଙ୍କା ଓ ଡିଜେଲ ଲିଟରକୁ ୯୯.୫୭ ଟଙ୍କା ଦେଇ କିଣୁଛନ୍ତି। କେବେ ହେଲେ ବି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦାମ ଏତେ ଅଧିକ ନଥିଲା। ଦିନକୁ ଦିନ ଭୁବନେଶ୍ୱର ସମେତ ସମଗ୍ର ଦେଶରେ ତୈଳଦର ରେକର୍ଡ କରିବାରେ ଲାଗିଛି।
ସୋମବାର ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ଏହା ଯଥାକ୍ରମେ ୪୦ ଓ ୩୯ ପଇସା ବଢ଼ିଥିଲା। ସେହିପରି ମଙ୍ଗଳବାର ସାରା ଦେଶରେ ଦାମ ବଢ଼ିଥିଲେ ବି ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୧୫ ପଇସା ଓ ଡିଜେଲ ୬ ପଇସା ଶସ୍ତା ହୋଇଥିଲା। କିନ୍ତୁ ଆଜି ଏହା ପୁଣିଥରେ ମହଙ୍ଗା ହୋଇଛି।

Leave A Reply

Your email address will not be published.