ଭୁବନେଶ୍ବର: ଆଜି ଓଡିଶା ଭିଜିଲାନ୍ସ ବଡ ମାଛକୁ ଧରିବାରେ ସକ୍ଷମ ହୋଇଛି। ଲାଞ୍ଚ ନେଲାବେଳେ ଧରାପଡିଛନ୍ତି ଜଣେ ଆଇଏଏସ ଅଫିସର। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଶ୍ରୀ ଧିମାନ ଚକମା। ଧିମାନ ହେଉଛନ୍ତି ୨୦୨୧ ବ୍ୟାଚ୍ ର ଆଇଏଏସ୍ ଅଫିସର। ଆଜି ସେ ଜଣେ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଡିଲାନ୍ସ ତାଙ୍କୁ ଗିରଫ ମଧ୍ୟ କରିଛନ୍ତି। ସେ ଜଣେ ବ୍ୟବସାୟୀଙ୍କୁ ଧମକ ଚମକ ଦେଉଥିଲେ। ଲାଞ୍ଚ ନ ଦେଲେ ତାଙ୍କ ବ୍ୟବସାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକାଉଥିଲେ। ଯୋଜନା ଅନୁସାରେ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅଧିକ ଖୋଳତାଡ କରିବା ପରେ ତାଙ୍କ ସରକାରୀ ବାସଭବନରୁ ୪୭ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ଚଢାଉ ଏବଂ ମଧ୍ୟ ଜାରୀ ରହିଛି।
Comments are closed, but trackbacks and pingbacks are open.