ଲାଞ୍ଚ ନେବା ବେଳେ ଉପ-ଜିଲ୍ଲା ପାଳଙ୍କୁ ଧରିଲା ଭିଜିଲାନ୍ସ

743

ଧର୍ମଗଡ଼ :କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପ-ଜିଲ୍ଲାପାଳ ଧୀମାନ ଚକ୍ମା, ଆଇଏଏସ (୨୦୨୧ ବ୍ୟାଚ), ଜଣେ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି। ଅଭିଯୁକ୍ତ ଉପ-ଜିଲ୍ଲାପାଳ ମୋଟ ୨୦ ଲକ୍ଷ ଟଙ୍କାର ଲାଞ୍ଚ ଦାବି କରିଥିଲେ ଏବଂ ଏହାର ପ୍ରଥମ କିସ୍ତି ଭାବେ ୧୦ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ବେଳେ ଧରାପଡ଼ିଛନ୍ତି। ସେ ବ୍ୟବସାୟୀଙ୍କୁ ତାଙ୍କ ବ୍ୟବସାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଧମକ ଦେଇଥିଲେ।ଘଟଣା ଅନୁଯାୟୀ, ଅଭିଯୁକ୍ତ ଉପ-ଜିଲ୍ଲା ପାଳ ଅଭିଯୋଗକାରୀଙ୍କୁ ତାଙ୍କ ଧର୍ମଗଡ଼ସ୍ଥିତ ସରକାରୀ ବାସଭବନକୁ ଡାକି ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ। ସେ ନିଜ ହାତରେ ଟଙ୍କା ସବୁ ଯାଞ୍ଚ କରି ତାଙ୍କ ବାସଭବନର ଅଫିସ ଟେବୁଲ ଡ୍ରୟରରେ ରଖିଥିଲେ। ତାଙ୍କ ଉଭୟ ହାତ ଧୋଇବା ଏବଂ ଟେବୁଲ ଡ୍ରୟାର ଧୋଇବା ପରେ ରାସାୟନିକ ପରୀକ୍ଷାରେ ସକାରାତ୍ମକ ଫଳାଫଳ ମିଳିଛି।ଏହା ପରେ, ତାଙ୍କ ସରକାରୀ ବାସଭବନରେ ତଲାସୀ ସମୟରେ ଅତିରିକ୍ତ ୪୭ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ତଲାସୀ କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ଏ ସମ୍ପର୍କରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Comments are closed, but trackbacks and pingbacks are open.