ଡ୍ରୋନରେ ଗଲା କରୋନା ଟିକା

24

ପ୍ରଥମଥର ପାଇଁ ମଣିପୁରରୁ କରୋନା ଟିକାର ଡୋଜ୍‌ଗୁଡ଼ିକୁ ଡ୍ରୋନ ଯୋଗେ ଟିକାକରଣ କେନ୍ଦ୍ରକୁ ପଠାଯାଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଭାରତରେ ଏପରି ଘଟଣା ଘଟିଛି। ଆଗକୁ ବିଭିନ୍ନ ରାଜ୍ୟରେ ଭାରତ ସରକାର ଏପରି କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି।
ମଣିପୁରର ବିଷ୍ଣୁପୁରରୁ କରଙ୍ଗ ଯାଏ ଟିକା ପହଞ୍ଚା ଯିବାର ଥିଲା। ସଡ଼କ ପଥରେ ଏହି ଦୁଇ ସ୍ଥାନର ଦୂରତା ୨୬ କିମି। କିନ୍ତୁ ଆକାଶପଥରେ ଏହାର ଦୂରତା ୧୫ କିମି। ତେଣୁ ଡ୍ରୋନ ଦ୍ୱାରା ମାତ୍ର ୧୨ରୁ ୧୫ ମିନିଟ୍‌ ମଧ୍ୟରେ କରୋନା ବିରୋଧୀ ଟିକା କରଙ୍ଗ ଦ୍ୱୀପପୁଞ୍ଜରେ ପହଞ୍ଚିଛି। ଆଇସିଏମଆରର ତତ୍ତ୍ୱାବଧାନରେ ଏପରି ଡ୍ରୋନ ଯୋଗେ ଟିକା ଯୋଗାଣ କରାଯାଇଛି। ଟିକା ପରିବହନ କରିଥିବା ଡ୍ରୋନଟି ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଛି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ଘଟଣାରେ ବେଶ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଆଜି ପ୍ରଥମ ଥର ପାଇଁ ଦକ୍ଷିଣ ପୂର୍ବ ଏସିଆରେ ଡ୍ରୋନର ବ୍ୟବସାୟିକ ଉଡ଼ାଣ ହୋଇଛି। ଏଥିପାଇଁ ଆଇସିଏମଆର, ମଣିପୁର ସରକାର, ବୈଷୟିକ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I ଆଗକୁ ଡ୍ରୋନ ଦ୍ୱାରା ବିଭିନ୍ନ ସ୍ଥାନରେ ଟିକା ଓ ଜରୁରୀ ମେଡିସନ ଖୁବଶୀଘ୍ର ପହଞ୍ଚି ପାରିବ ବୋଲି ମଧ୍ୟ ସେ କହିଛନ୍ତି।

Leave A Reply

Your email address will not be published.