ଜୁନ୍‌ ୪ ତାରିଖ ଯାଏଁ ଘୁଞ୍ଚିଲା ଯୁକ୍ତ୩ ନାମଲେଖା ଅବଧି

186

ଭୁବନେଶ୍ୱର: ଯୁକ୍ତ୩ ପାଠ୍ୟକ୍ରମରେ ନାମଲେଖା ଆବେଦନକୁ ପୁଣି ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀ ଜୁନ୍‌ ୪ ତାରିଖ ରାତି ୧୧ଟା ୪୩ ପର୍ଯ୍ୟନ୍ତ ସାମ୍‌ସ ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ (ସିଏଏଫ୍‌) ପୂରଣ କରିପାରିବେ। ଏହି ସମୟ ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍‌ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍‌ଲୋଡ୍‌ କରିପାରିବେ। ପ୍ରଥମ, ଦ୍ଵିତୀୟ, ତୃତୀୟ ପର୍ଯ୍ୟାୟ ପ୍ରୋଭିଜନାଲ୍‌ ତାଲିକା ଓ ୱେଟିଂ ଲିଷ୍ଟ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ, କ୍ଲାସ ସମ୍ପର୍କରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ନାମଲେଖା ପ୍ରକ୍ରିୟାରେ ଛାତ୍ରଛାତ୍ରୀ ବୈଧ ଏସ୍‌ଇବିସି ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ। ସେହିପରି ଏନ୍‌ସିଟିଇ ନିର୍ଦ୍ଦେଶ ମୁତାବକ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏବିଏଡ୍‌/ବିଏସ୍‌ସିବିଏଡ୍‌ ପାଠ୍ୟକ୍ରମ ପାଇଁ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ବ୍ୟତୀତ ଅନ୍ୟ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଅନୁମତି ମିଳିଛି। ଯେଉଁ ଛାତ୍ରଛାତ୍ରୀ ପୂର୍ବରୁ ସିଏଏଫ୍‌ ଦାଖଲ କରିଛନ୍ତି, ସେମାନେ ଅବଧି ମଧ୍ୟରେ ସିଏଏଫ୍‌ରେ ସଂଶୋଧନ କରିପାରିବେ। ଯେଉଁ ଆବେଦନକାରୀ ସିଏଏଫ୍‌ରେ ‘ଆପିଅରଡ୍‌’ ଅପସନ୍‌ ଦେଇଥିବେ ସେମାନେ ଧାର୍ଯ୍ୟ ସମୟ ମଧ୍ୟରେ ଯୁକ୍ତ୨ କିମ୍ବା ସମତୁଲ ବୋର୍ଡର ମାର୍କ ଦାଖଲ କରିପାରିବେ।

Comments are closed, but trackbacks and pingbacks are open.