ବିଜ୍ଞାନ କଲା ଅକ୍ଷମ କୁନିଝିଅକୁ ସକ୍ଷମ…

1,101

ମୟୂରଭଞ୍ଜ : ଦୀର୍ଘ ଅଢେଇ ମାସ ପରେ ସେ ଆଜି ଚାଲୁଛି । ନିରୀହ କୁନିକୁନି ଆଖି ଯୋଡ଼ାକ ଅନେକ ସ୍ୱପ୍ନ ଦେଖିବା ଆଗରୁ ଭାଗ୍ୟ ଟାଣି ଦେଇଥିଲା ଲକ୍ଷ୍ମଣ ଗାର। ଛଡ଼ାଇ ନେଇଥିଲା ତା ଗୋଡ଼ । ପାଦରେ ପାଦ ମିଶାଇ ଚାଲିବାକୁ ଅକ୍ଷମ କରାଇଦେଇଥିଲା । ହେଲେ ଏବେର ବିଜ୍ଞାନ ଦୂର କରିଦେଇଛି ସେଇ ଅନ୍ଧାରକୁ । ବୈଷ୍ଣବୀ ପାଇଛି ରାହା, ନିଜେ ନିଜ ପାଦରେ ଛିଡ଼ା ହୋଇ ଆଗକୁ ବଢ଼ିବାକୁ ଶକ୍ତି ପାଇଛି । ଆଉ ସେ ଅକ୍ଷମ ନୁହେଁ, ବିଜ୍ଞାନ କରି ଦେଇଛି ତାକୁ ସକ୍ଷମ । ନିଜର ଲୋକଙ୍କ ହାତ ଧରି ଆଗକୁ ବଢ଼ି ଭବିଷ୍ୟରେ ଉଡ଼ିବାକୁ ସ୍ୱପ୍ନ ଦେଖୁଛି ।

ଗତ ମାର୍ଚ୍ଚ ମାସ ୧୪ରେ ବୈଷ୍ଣବୀଙ୍କ ସହ ଘଟିଥିଲା ବଡ଼ ଦୁର୍ଘଟଣା । ପରିବାର ସହ ବାଇକରେ ଯାଉଥିବା ବେଳେ ବାମ ଗୋଡ଼ ହରାଇଥିଲା କୁନିଝିଅ । ମୟୂରଭଞ୍ଜ ବେତନଟୀ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ୮ ବର୍ଷର ବୈଷ୍ଣବୀକୁ ଦୁର୍ଘଟଣାସ୍ଥଳରୁ ମେଡିକାଲକୁ ନେଇ ଗୋଡ ଅପରେ ସନ୍‌ କରାଇଥିଲେ ସୁଦ୍ଧା ପରେ ଗୋଡ଼ଟିକୁ କାଟିବାକୁ ପଡ଼ିଥିଲା । ହେଲେ ଏବେ ମୟୁରଭଞ୍ଜ ବଡସାହି ବିଧାୟକ ସନାତନ ବିଜୁଳିଙ୍କ ପ୍ରଚେଷ୍ଠା, ରାଜ୍ୟ ସରକାରଙ୍କ ସହଯୋଗ ଓ SCB ଡାକ୍ତରଙ୍କ ଉଦ୍ୟମରେ କୁନି ଝିଅଟିର ଗୋଡ ଲାଗି ପାରିଛି ।

Comments are closed, but trackbacks and pingbacks are open.