ଭିମ୍‌ସାର ସୁପରସ୍ପେସାଲିଟି ଡାକ୍ତରଖାନା ଉଦ୍‌ଘାଟିତ…

164

ବୁର୍ଲା : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର୍)ର ସୁପରସ୍ପେସାଲିଟି ଡାକ୍ତରଖାନା ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଏହି ଡାକ୍ତରଖାନା ଦ୍ୱାରା ଓଡ଼ିଶାର ୧୩ଟି ଜିଲ୍ଲା ସହ ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟର ସୀମାନ୍ତବର୍ତ୍ତୀ ଲୋକେ ଲାଭବାନ ହେବେ। ରୋଗୀଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏହା ଅଗ୍ରଣୀ ଭୂମିକା ନିର୍ବାହ କରିବ। ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଚାକିରି ପାଇଁ ବାହାରକୁ ନଯାଇ ରାଜ୍ୟ ଭିତରେ ହିଁ ଚିକିତ୍ସାସେବା କରନ୍ତୁ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଏଭଳି ମନୋଭାବ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟକୁ ଏକ ନମ୍ବର କରିପାରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି। ସମ୍ମାନିତ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧାର୍ଥ ବଳିରାମ ବୋନ୍ଦର, ଏସ୍‌ପି ମୁକେଶ ଭାମୁ, ଏସ୍‌ଏମ୍‌ସି କମିସନର୍‌ ବେଦଭୂଷଣ ମଞ୍ଚାସୀନ ଥିଲେ। ଶେଷରେ ଡିନ୍‌ ତଥା ଭିମ୍‌ସାର ଅଧ୍ୟକ୍ଷ ପ୍ର‌ଫେସର ପ୍ରଦୀପ ମହାନ୍ତି ଧନ୍ୟବାଦ ଦେଇଥିଲେ। ସୂଚନା‌ଯୋଗ୍ୟ, ୧୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଡାକ୍ତରଖାନାରେ ୫୮ଟି ଆଇସିୟୁ ସହ ମୋଟ ୨୭୨ ଶଯ୍ୟା ରହିଛି। ଆଇସିୟୁ ମଧ୍ୟରୁ ୮ଟିକୁ ବର୍ଣ୍ଣ ୟୁନିଟ୍‌ ପାଇଁ ରଖାଯାଇଛି।

Comments are closed, but trackbacks and pingbacks are open.