ପରଲୋକରେ ଓଡ଼ିଶା ବିଜେପିର ପ୍ରଥମ ବିଧାୟକ

95

କାମାକ୍ଷାନଗର: ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ତଥା କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ପରଲୋକ। ଦୀର୍ଘଦିନ ହେବ ଅସୁସ୍ଥ ଥିବା କାରଣରୁ ସେ ଚିକିତ୍ସିତ ହେଉଥିଲେ । ଗତକାଲି ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ୭୪ ବର୍ଷ ବୟସ ହୋଇଥିଲା। ପ୍ରସନ୍ନ କୁମାର ପଟ୍ଟନାୟକ ତିନି ଥର ଭାବେ କାମାକ୍ଷାନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଓଡ଼ିଶାରୁ ପ୍ରଥମ ବିଧାୟକ ଭାବେ ବିଜେପି ଦଳରୁ ବିଜୟୀ ହୋଇ ଏକ ରେକର୍ଡ ମଧ୍ୟ ସୃଷ୍ଟି କରିପାରିଥିଲେ।

Comments are closed, but trackbacks and pingbacks are open.