ରାଜସ୍ଥାନରୁ ଆଉ ଜଣେ ପାକିସ୍ତାନୀ ଗୁପ୍ତଚର ଗିରଫ

125

ଜୟପୁର: ଜୟପୁରରୁ ରାଜସ୍ଥାନ ଇଣ୍ଟେଲିଜେନ୍ସର ଏକ ସ୍ଵତନ୍ତ୍ର ଦଳ ବୁଧବାର ଜୈସଲମେରର ଏକ ସରକାରୀ ବିଭାଗର କାର୍ଯାଳୟରୁ ଗୁପ୍ତ ଚରକୁ ଗିରଫ କରିଛି । ସେ ପୂର୍ବରୁ କଂଗ୍ରେସ ସହିତ ଜଡ଼ିତ ଥିଲେ। କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କର ଥିଲେ ସେ ପୂର୍ବତନ ପର୍ସନାଲ୍‌ ଆସିଷ୍ଟାଣ୍ଟ୍ । ଅଭିଯୁକ୍ତ ଜଣକ ଜୈସଲମେର ଜିଲ୍ଲାର ବାସିନ୍ଦା ଶକୁର ଖାନ୍ ମାଙ୍ଗଲିଆ ବୋଲି ଜଣା ପଡ଼ିଛି । ସେ ବର୍ତ୍ତମାନ ରାଜ୍ୟର ନିଯୁକ୍ତି କାର୍ଯ୍ୟାଳୟରେ କାର୍ଯରତ ।
କୁହାଯାଉଛି ଯେ, ଶକୁର ଖାନ ପୂର୍ବରୁ କଂଗ୍ରେସ ସରକାରର ପୂର୍ବତନ ମନ୍ତ୍ରୀ ଶାଲେହ ମହମ୍ମଦଙ୍କ ବ୍ୟକ୍ତିଗତ ସହାୟକ ଭାବରେ କାର୍ଯ୍ୟ କରୁଥିଲେ। ମହମ୍ମଦ ଏବଂ ଖାନ ହେଉଛନ୍ତି ଗୋଟିଏ ଗ୍ରାମର।

ତଦନ୍ତରେ ଖାନଙ୍କ ମୋବାଇଲ୍ ଡିଭାଇସ୍‌ରେ ଅନେକ ପାକିସ୍ତାନୀ ଫୋନ୍ ନମ୍ବର ମିଳିଛି ଏବଂ ସେ ଅନେକ ଥର ପାକିସ୍ତାନ ଯାତ୍ରା ମଧ୍ୟ କରିଛନ୍ତି ବୋଲି ଜଣାପଡ଼ିଛି, ଯାହା ଚିନ୍ତାଜନକ । କିନ୍ତୁ ଖାନ, ୟେ ବାବଦରେ ନିଜ ମତ କିଛି ରଖି ନାହାନ୍ତି । ତେବେ ଅପରେସନ୍ ସିନ୍ଦୁର ପରେ, ରାଜ୍ୟ ନିଯୁକ୍ତି ବିଭାଗର କର୍ମଚାରୀ ଶକୁର ଖାନ ମାଙ୍ଗଲିଆଙ୍କୁ CID ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକର ଏକ ମିଳିତ ଦଳ ଜୈସଲମେରରେ ଗିରଫ କରିଥିଲା। ଅଧିକ ପଚରାଉଚରା ପାଇଁ ମାଙ୍ଗଲିଆରଙ୍କୁ ଜୟପୁର ସ୍ଥାନାନ୍ତର କରାଯିବ ବୋଲି ଆଶା କରାଯାଉଛି ।

Comments are closed, but trackbacks and pingbacks are open.