ସିବିଏସଇ ପରୀକ୍ଷାରେ ଅନିୟମିତତା ପାଇଁ ଶିକ୍ଷା ବିଭାଗର କଡା ନିଷ୍ପତି

151

ବରଗଡ଼: ଶିକ୍ଷା ବିଭାଗ ତାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ EducationOdishaର ସୂଚନା ଅନୁଯାଇ ପଦ୍ମପୁର ଉପଖଣ୍ଡର ୨ସିବିଏସଇ ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ପରିଚାଳନାରେ ଅନିୟମିତତା ହୋଇଥିବା ଦର୍ଶାଇ ୨ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ୫ ଶିକ୍ଷକଙ୍କୁ ନିଲମ୍ବିତ କରିଛି। ଏହା ସହିତ ଅନ୍ୟ ୩୩ଶିକ୍ଷୟିତ୍ରୀ, ଶିକ୍ଷକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ।

ସୂଚନା ଥାଉ କି, ପଦ୍ମପୁର ଉପଖଣ୍ଡର ୨ସିବିଏସଇ ପରୀକ୍ଷାକେନ୍ଦ୍ରରେ ଦଶମ, ଦ୍ୱାଦଶ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶନକୁ ନେଇ ଅସନ୍ତୋଷ ଲାଗି ରହିଛି। ପ୍ରଥମେ ଏହି ପରୀକ୍ଷାକେନ୍ଦ୍ରର ପରୀକ୍ଷାଫଳକୁ ସ୍ଥଗିତ ରଖାଯାଇଥିଲା। ଏହାର ପ୍ରତିବାଦରେ ଅଭିଭାବକ ଏବଂ ପରୀକ୍ଷାର୍ଥୀମାନେ ଧାରଣା, ଅନଶନକୁ ଓହ୍ଲାଇଥିଲେ। ଏହାପରେ ପରୀକ୍ଷାଫଳ ପ୍ରକାଶ ପାଇଛି। ତେବେ ସମୁଦାୟ ୧୧୮୫ ପରୀକ୍ଷାର୍ଥିମାନଙ୍କ ମଧ୍ୟରୁ କେବଳ ୩୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ଅନ୍ୟ ୮୮୫ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳକୁ ରବ୍ଦ କରି ଦିଆଯାଇଛି। ଏହାକୁ ନେଇ ପଦ୍ମପୁର ଉପଖଣ୍ଡରେ ଏବେ ମଧ୍ୟ ଅସନ୍ତୋଷ କୁହୁଳୁଛି।

Comments are closed, but trackbacks and pingbacks are open.