ସୀମାବର୍ତ୍ତୀ ଗାଁରେ ଭାରତର ମକ୍‌ଡ୍ରିଲ୍‌ ପ୍ରସ୍ତୁତି

271

ପାକିସ୍ତାନ ସହ ସଂଲଗ୍ନ ୪ଟି ରାଜ୍ୟରେ ଥିବା ଗାଁଗୁଡ଼ିକରେ ମକ୍‌ଡ୍ରିଲ୍‌ କରିବ ଭାରତୀୟ ସେନା । ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସେନା । ଗତ ମେ ୭ ତାରିଖରେ ୪ଟି ରାଜ୍ୟରେ ଭାରତୀୟ ସଶସ୍ତ୍ର ସେନା ମକ୍‌ଡ୍ରିଲ୍‌ କରିବାକୁ ଯୋଜନା କରିଥିଲା । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଏଭଳି ଘୋଷଣା କରିଥିଲେ ସରକାର । ଏହାପୂର୍ବରୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଆଡ୍ଡାସ୍ଥଳୀକୁ ଧ୍ୱଂସ କରି ଦେଇଥିଲା ଭାରତୀୟ ସେନା । ପାକିସ୍ତାନ ସହ ଭାରତର ଦୀର୍ଘ ୩୩୦୦ କିଲୋମିଟର ଧରି ସୀମା ରହିଛି । ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଏବଂ ଜମ୍ମୁ ଓ କାଶ୍ମୀର ଆଦି ରାଜ୍ୟ ପାକିସ୍ତାନ ସୀମାକୁ ଲାଗି ରହିଛି । ବିଶେଷ କରି ଯେଉଁ ସବୁ ଗାଁଗୁଡ଼ିକ ପାକିସ୍ତାନକୁ ଲାଗିଛି ସେଠାରେ ମକ୍‌ଡ୍ରିଲ୍‌ କରାଯିବ । ଏଣୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । କାରଣ ଭାରତର ଏୟାର୍‌ଷ୍ଟ୍ରାଇକ୍‌ ପରେ ଉପରୋକ୍ତ ରାଜ୍ୟର ସୀମାବର୍ତ୍ତୀ ଗାଁଗୁଡ଼ିକୁ ଟାର୍ଗେଟ୍‌ କରିଥିଲା ପାକିସ୍ତାନ । ଡ୍ରୋନ୍‌ ଆଟାକ୍‌ କରିବାକୁ ପ୍ରୟାସ କରିଥିଲା ପାକିସ୍ତାନ । ପ୍ରାୟ ୪୦୦ରୁ ୫୦୦ ଡ୍ରୋନ୍‌ ପାକିସ୍ତାନ ପଠାଇଥିବା ବେଳେ ଭାରତର ଏୟାରଡିଫେନ୍ସ ସିଷ୍ଟମ ଏହି ସବୁ ଡ୍ରୋନ୍‌ଗୁଡ଼ିକୁ ନଷ୍ଟ କରିଦେଇଥିଲା । ପାକିସ୍ତାନ ସୀମାକୁ ଲାଗିଥିବା ଗାଁଗୁଡ଼ିକରେ ବ୍ଲାକ୍‌ଆଉଟ୍‌ କରିବା ସହ ଯୁଦ୍ଧ ସାଇରନ ବଜାଇଥିଲା ସେନା । ଏହାର କାରଣ ଥିଲା ପାକିସ୍ତାନ ଡ୍ରୋନ୍‌ ଓ ମିସାଇଲ୍‌ । ପାଲଟା ଜବାବରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ପାକିସ୍ତାନ ।

ପାକିସ୍ତାନର ନୁର ଖାନ୍‌ ଏୟାରବେସ୍‌ ଉପରେ ଆକ୍ରମଣ କରିଥିଲା ଭାରତ । ଏହାକୁ ସ୍ୱୀକାର କରିଥିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ । ଏକ ସମାରୋହରେ ଯୋଗ ଦେଇ ସ୍ୱୀକାରୋକ୍ତି କରିଥିଲେ ସେହବାଜ ସରିଫ । ଏବେ ପୁଣି ସୀମାରେ ଭାରତୀୟ ସେନା ମକ୍‌ଡ୍ରିଲ୍‌ କରିବାକୁ ଘୋଷଣା କରିଛି । ତେଣୁ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଗାଁଗୁଡ଼ିକୁ ସତର୍କ ରହିବାକୁ କହିଛି ଭାରତୀୟ ସେନା ।

Comments are closed, but trackbacks and pingbacks are open.