ଭାରତରେ ବଢିଲା ବିଦେଶୀ ନିବେଶକଙ୍କ ନିବେଶ: ଏଫଡିଆଇ ୮୧ ବିଲିୟନ ଡଲାରକୁ ବୃଦ୍ଧି

2,337

ନୂଆଦିଲ୍ଲୀ: ୨୦୨୫ ରେ ବିଦେଶୀ ନିବେଶକମାନେ ଭାରତରେ ବହୁ ପରିମାଣରେ ନିବେଶ କରିଛନ୍ତି। ମଙ୍ଗଳବାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଗତ ବର୍ଷ ତୁଳନାରେ ୧୪ ପ୍ରତିଶତ ବୃଦ୍ଧି ପାଇ ୮୧.୦୪ ବିଲିୟନ ଡଲାର ହୋଇଛି। ଏକ ବର୍ଷ ପୂର୍ବେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୭୧.୨୮ ବିଲିୟନ ଡଲାର ଥିଲା। ସେବା କ୍ଷେତ୍ରରେ ସର୍ବାଧିକ ବିଦେଶୀ ନିବେଶ କରାଯାଇଛି, ଯାହା ମୋଟ ବିଦେଶୀ ନିବେଶରେ ୧୯ ପ୍ରତିଶତ ଅଂଶ ରହିଛି। ଏହା ପରେ, କମ୍ପ୍ୟୁଟର ସଫ୍ଟୱେର୍ ଏବଂ ହାର୍ଡୱେୟାରର ମୋଟ ନିବେଶର ୧୬ ପ୍ରତିଶତ ଅଂଶ ଥିଲା ଏବଂ ତା’ପରେ ବାଣିଜ୍ୟର ୮ ପ୍ରତିଶତ ଅଂଶ ଥିଲା।ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି ଯେ, ଗତ ୧୧ ବର୍ଷ ମଧ୍ୟରେ ଏଫଡିଆଇ ବୃଦ୍ଧି ପାଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ଏଫଡିଆଇ ୩୬.୦୫ ବିଲିୟନ ଡଲାର ଥିଲା। ବିବୃତ୍ତିରେ କୁହାଯାଇଛି ଯେ, ଏହାର ମୁଖ୍ୟ କାରଣ ହେଉଛି ନିବେଶକ-ଅନୁକୂଳ ନୀତି, ଯେଉଁଥିରେ ଅନେକ କ୍ଷେତ୍ରରେ FDI ୧୦୦ ପ୍ରତିଶତକୁ ବୃଦ୍ଧି ପାଇଛି। ଉତ୍ପାଦନ କ୍ଷେତ୍ରରେ ବହୁତ FDI ନିବେଶ ହୋଇଛି ଏବଂ ଏହା ଏକ ହବ୍ ପାଲଟିଛି। ଗୋଟିଏ ବର୍ଷରେ ଏହା ୧୮ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏଥିରେ ୧୬.୧୨ ବିଲିୟନ FDI ନିବେଶ ହୋଇଥିବା ବେଳେ, ଏହା ଏକ ବର୍ଷରେ ଅର୍ଥାତ୍ ୨୦୨୪-୨୫ ଆର୍ଥିକ ବର୍ଷରେ ୧୯.୦୪ ବିଲିୟନ ଡଲାରକୁ ବୃଦ୍ଧି ପାଇଛି।

Comments are closed, but trackbacks and pingbacks are open.