ରାମନଗର ଜିଲ୍ଲାର ନାମ ବଦଳାଇଲେ କର୍ଣ୍ଣାଟକ ସରକାର

478

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ନାମ ପରିବର୍ତ୍ତନ ଯୋଜନାକୁ ଅନୁମୋଦନ କରି ନଥିଲେ ମଧ୍ୟ କର୍ଣ୍ଣାଟକ କ୍ୟାବିନେଟ ରାମନଗର ଜିଲ୍ଲାକୁ ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲା ଭାବରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ ରାମନଗର ଜିଲ୍ଲାର ନାମ ପରିବର୍ତ୍ତନ ଘୋଷଣା ନେଇ ଏକ ସରକାରୀ ବିଜ୍ଞପ୍ତି ଖୁବ୍ ଶୀଘ୍ର ଆସିବାର ସମ୍ଭାବନା ଅଛି। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ଏବଂ ବେଙ୍ଗାଲୁରୁ ବିକାଶ ମନ୍ତ୍ରୀ ଡି କେ ଶିବକୁମାର କ୍ୟାବିନେଟ ବୈଠକ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ନିୟମ ଏବଂ ପୂର୍ବ ସଂଶୋଧନ ଅନୁଯାୟୀ ନାମ ପରିବର୍ତ୍ତନ କରାଯାଉଛି। ରାମନଗର ସହର ଜିଲ୍ଲାର ମୁଖ୍ୟାଳୟ ରହିବ। କ୍ୟାବିନେଟ ଆଜିଠାରୁ ଏହାକୁ ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲା ଭାବରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି।୨୦୨୩ ମସିହାରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବାର କିଛି ମାସ ପରେ ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ପ୍ରଥମେ ପ୍ରସ୍ତାବ ଦେଇଥିବା ଶିବକୁମାର କହିଥିଲେ ଯେ ବେଙ୍ଗାଲୁରୁ ଗ୍ରାମୀଣ ଏବଂ ରାମନଗର ଉଭୟ ଅବିଭକ୍ତ ବେଙ୍ଗାଲୁରୁ ଜିଲ୍ଲାର ଅଂଶ ଥିଲା ବୋଲି କହିଛନ୍ତି ।

Comments are closed, but trackbacks and pingbacks are open.