ମହିଳାଙ୍କୁ ଘରେ ପଶି ଗୁଳିମାଡ଼

131

ଭୁବନେଶ୍ବର: କୋଦଳା ଥାନା ଅର୍ନ୍ତଗତ ରାମପଲୀ ଗ୍ରାମର ଭବାନୀ ରାଉତ ନାମ୍ନୀ ଜଣେ ମହିଳାଙ୍କୁ ଗତକାଲି ରାତିରେ ଘରେ ପଶି ସମ୍ପର୍କୀୟ ଭଣଜା ଗୁଳିମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଅଭିଯୋଗ ହୋଇଛି। ଆହତ ମହିଳାଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଗୁଳି ବାଜି ମହିଳାଙ୍କ ପେଟରେ ପଶି ପିଠି ପଟେ ବାହାରି ପଡ଼ିଛି। ଗୁଳି ମାଡ଼ର କାରଣ ହେଉଛି ପ୍ରେମ ସମ୍ପର୍କୀତ ସମସ୍ୟା, ଗୁରୁତର ମହିଳାଙ୍କ ପଡୋଶୀ ଜନୈକା ଝିଅକୁ ଅଭିଯୁକ୍ତ ଭଣଜା ଭଲ ପାଇ ପ୍ରତ୍ୟେକଦିନ ତାଙ୍କ ଘରକୁ ଆସୁଥିଲା। ଏଥିରେ ବାଧା ଆସିବାରୁ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି।

Comments are closed, but trackbacks and pingbacks are open.