ଏଲଓସି ନିକଟରୁ ଜବତ ହେଲା ୩୦ କିଲୋ ହେରୋଇନ

24

ଜାମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି) ନିକଟ ଊରି ସେକଟରରୁ ଭାରତୀୟ ସେନା ୩୦ କିଲୋ ହେରୋଇନ ଜବତ କରିଛି I ଏଲଓସି ନିକଟ ପାକିସ୍ତାନ ସୀମା ରେ କିଛି ଲୋକଙ୍କ ସନ୍ଦେହ ଜନକ ଗତିବିଧି ଦେଖିବା ପରେ ସେନା ପକ୍ଷରୁ ତଲାଶ ଅଭିଯାନ ଆରମ୍ଭ ହୋଇଥିଲା I ସେହି ସମୟ ରେ ଦୁଇଟି ବ୍ୟାଗ ରେ ହେରୋଇନ ଭର୍ତି ହୋଇଥିବାର ଦେଖିବାକୁ ମିଳିଥିଲା ଏବଂ ଉକ୍ତ ବ୍ୟାଗ ରେ ପାକିସ୍ତାନ ର ଲେବୁଲ ଲଗାଯାଇଥିଲା I ଏହି ନିଶା ଦ୍ରବ୍ୟର ମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା ଅନୁମାନ କରାଯାଉଛି Iଏହାକୁ ପୋଲିସ କୁ ହସ୍ତାନ୍ତର କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି I

Leave A Reply

Your email address will not be published.