ଅସଫଳ ହେଲା ISROର EOS-09 ମିଶନ

107

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆଜି (ମେ 18) ସକାଳୁ ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ନିରୀକ୍ଷଣ ଉପଗ୍ରହ EOS-09 ସାଟେଲାଇଟ୍‌କୁ ଲଞ୍ଚ କରିଥିଲା, ମାତ୍ର ଏହା ଅସଫଳ ରହିଛି । ଇସ୍ରୋ ରିପୋର୍ଟ ଅନୁସାରେ, ତୃତୀୟ ପର୍ଯ୍ୟାୟର କାର୍ଯ୍ୟଦକ୍ଷତାରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମିଶନ ସଫଳ ହୋଇପାରିଲା ନାହିଁ l ଆଜି ଇସ୍ରୋ ସକାଳ 5.59 ସମୟରେ ସାଟେଲାଇଟ୍‌କୁ ଉତକ୍ଷେପଣ କରିଥିଲା । ଏ ନେଇ ଇସ୍ରୋ ନିଜ X ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି କହିଛି, “ଆଜି ୧୦୧ତମ ଉତକ୍ଷେପଣ ପ୍ରୟାସ କରାଯାଇଥିଲା, ଦ୍ବିତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ PSLV-C61 କାର୍ଯ୍ୟଦକ୍ଷତା ସ୍ବାଭାବିକ ଥିଲା । ମାତ୍ର ତୃତୀୟ ପର୍ଯ୍ୟାୟରେ ଏକ ପର୍ଯ୍ୟବେକ୍ଷଣ ଯୋଗୁଁ ମିଶନ ସଫଳ ହୋଇପାରିଲା ନାହିଁ ।”

Comments are closed, but trackbacks and pingbacks are open.