ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ବଦଳି ନିର୍ଦ୍ଦେଶକୁ ରଦ୍ଦ କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

85

ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ରଦ୍ଦ କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ବ୍ଲକ ଗ୍ରାଣ୍ଟ ପାଉଥିବା କମର୍ଚାରୀମାନଙ୍କୁ ଏକ ଶିକ୍ଷାନୁଷ୍ଠାନରୁ ଅନ୍ୟ ଏକ ଅନୁଷ୍ଠାନକୁ ବଦଳି କରାଯାଇ ପାରିବନାହିଁ।ଗତ ମାର୍ଚ୍ଚ ୧୦,୨୦୨୫ରେ ଭଦ୍ରକ ଜିଲ୍ଲା ଧାମନଗର କଲେଜରେ କାର୍ଯ୍ୟରତ କନିଷ୍ଠ କିରାଣୀ ସୁରେନ୍ଦ୍ର କୁମାର ଜେନାଙ୍କୁ ଜିଲ୍ଲା ଭିତରେ ଥିବା ମଞ୍ଜୁରିରୋଡସ୍ଥିତ ନାଆମି କଲେଜକୁ ବଦଳି କରାଯାଇଥିଲା। ଉଚ୍ଚ ଶିକ୍ଷା ବିଭାଗର ଏହି ବଦଳି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀ ଜେନା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଡ଼ବ୍ଲୁ ଏ ନଂ ୬୮୫/୨୦୨୫ ରିଟ ଅପିଲ କରିଥିଲେ। ଏପରି ବଦଳି ପ୍ରସଙ୍ଗରେ ଉଚ୍ଚ ଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତି ଉପରେ ୧୬/୪/୨୦୨୨ ରେ ଜାରି କରିଥିବା ବିଜ୍ଞପ୍ତିକୁ ହାଇକୋର୍ଟ ବିଚାରକୁ ନେଇ ଆବେଦନକାରୀଙ୍କୁ ଅନ୍ୟତ୍ର ଏକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରିବାକୁ ୧୦/୩/୨୫ରେ ଉଚ୍ଚ ଶିକ୍ଷା ବିଭାଗ ଦେଇଥିବା ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଏମ ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀ ଜେନାଙ୍କ ଆବେଦନକୁ ଗ୍ରହଣ କରି ଶୁଣାଣିକରି କହିଥିଲେ ଯେ ଉଚ୍ଚ ଶିକ୍ଷା ବିଭାଗ ମୁତାବକ ବିଜ୍ଞପ୍ତି ସଂଖ୍ୟା- ଏଚଇ- ଏନ୍ ସି ଇ ଟି – ଆଇ – ପଲିସି – ୦୦୨- ୨୦୨୧- ୧୫୫୨୧ / ୧୬-୪-୨୦୨୨ ଅନୁଯାୟୀ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜରେ ବ୍ଲକ ଗ୍ରାଣ୍ଟ ପାଉଥିବା କମର୍ଚାରୀମାନଙ୍କୁ ଗୋଟିଏ ଶିକ୍ଷାନୁଷ୍ଠାନରୁ ଅନ୍ୟ ଏକ ଅନୁଷ୍ଠାନକୁ ବଦଳି କରାଯାଇ ପାରିବ ନାହିଁ l ଗତ ୭/୫/୨୦୨୫ରେ ରାୟ ପ୍ରଦାନରେ ଏହାକୁ ସେ ସ୍ପଷ୍ଟ କରିଥିଲେ।

Comments are closed, but trackbacks and pingbacks are open.