ଅପରେସନ ସିନ୍ଦୁରରେ ସହିଦ୍ ହୋଇଥୁବା ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲା ଭୁବନେଶ୍ଵର ଜିଲ୍ଲା କଂଗ୍ରେସ

176

ଭୁବନେଶ୍ୱର, ତା. ୧୪.୦୫ ରିଖ : ଅପରେସନ ସିନ୍ଦୁରରେ ସହିଦ ହୋଇଥିବା ଭାରତୀୟ ଯବାନ ମାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ମହମବତୀ ପ୍ରଜ୍ବଳନ କରି ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।

ପ୍ରକାଶଥାଉ କି ଗତ ଅପ୍ରେଲ ମାସ ୨୨ ତାରିଖରେ କାଶ୍ମୀରର ପେହେଲଗାମ ଅଂଚଳରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଥିଲେ । ଏହାର ପ୍ରତିବାଦରେ ମେ ମାସ ୬ ତାରିଖ ମଧ୍ୟରାତ୍ରିରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଅଂଚଳରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ଧ୍ୱସ୍ତ ବିଧ୍ବସ୍ତ କରିଦେଇଥିଲେ । ଏହାର ଜବାବରେ ପ୍ରତିଆକ୍ରମଣ ଓ ଆକ୍ରମଣରେ ଭାରତୀୟ ସୈନ୍ୟମାନେ ନିଜର ବୀରତ୍ଵ ଓ ପରାକାଷ୍ଠାକୁ ପ୍ରତିପାଦନ କରିବା ସହ ନିଜ ଜୀବନକୁ ବଳିଦାନ ଦେଇଥିଲେ । ତାଙ୍କର ଏହି ବଳିଦାନକୁ ଏ ଦେଶ କେବେ ହେଲେ ଭୂଲିବ ନାହିଁ । ଏହି ଉଦ୍ଦେଶ୍ୟରେ ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ତରଫରୁ ମହମବତୀ ପ୍ରଜ୍ଜଳନ କରି ସହିଦ ମାନଙ୍କର ଅମର ଆତ୍ମାର ଗୁଣ‌ଗାନ କରିବା ସହ “ ବୀର ଯବାନ ଅମର ରହେ” ସ୍ଲୋଗାନ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।

ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ସୁବ୍ରତ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମର ପରିଚାଳନା କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଦାସ, ପ୍ରଶାନ୍ତ ଚମ୍ପତି, ରଜନୀ ମହାନ୍ତି, ମିହିର ଆଚାର୍ଯ୍ୟ, ଉଦ୍ଦିତ ପ୍ରଧାନ, ପ୍ରସନ୍ନ ନାୟକ, ପ୍ରାଚୀ ରାଉତରାୟ, ସୌମେନ୍ଦ୍ର ମହାନ୍ତି, ଜୟଶ୍ରୀ ପାତ୍ର, ଶ୍ରୀୟାସ୍ମିତା ପଣ୍ଡା, ପ୍ରଭାତ ପ୍ରତାପ ସିଂ, ଜ୍ୟୋତି ମହାନ୍ତି, ଅରବିନ୍ଦ ଦାସ, ବାଙ୍କନିଧୂ ବେହେରା, ଲଲାଟେନ୍ଦୁ ଦାସ, ଦେବୀ ପ୍ରସାଦ ବାହାଲିଆ, ଦେବାଶିଷ ଦାସ, ବଳଦେବ ରଥ, ବୈଲୋଚନ ସାହୁ, ଜ୍ୟୋତିଷ ସାହୁ, ସ୍ପନ୍ଦନ ସ୍ୱାଇଁ, ସ୍ମୃତି ରଞ୍ଜନ ସ୍ଵାଇଁ, ଚଣ୍ଡି ପ୍ରସାଦ ମହାପାତ୍ର, ସାଇ ପ୍ରଭଞ୍ଜନ ମହାପାତ୍ର ଓ ଓମ୍ ପ୍ରକାଶ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.