ଚୁକ୍ତିନାମା ପ୍ରତ୍ୟାହାର କଲା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ

297

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ଏବଂ ପାକିସ୍ତାନକୁ ତୁର୍କୀର ସମର୍ଥନ ଉପରେ କ୍ରୋଧର ପୃଷ୍ଠଭୂମିରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା ଜେଏନୟୁ ତୁର୍କୀର ଇନୋନୁ ବିଶ୍ୱବିଦ୍ୟାଳୟ ସହିତ ଏକ ଚୁକ୍ତିନାମାକୁ “ଜାତୀୟ ସୁରକ୍ଷା” ବୋଲି ଦର୍ଶାଇ ବାତିଲ କରିଛି। X ଉପରେ ଏକ ପୋଷ୍ଟରେ, ପ୍ରମୁଖ ବିଶ୍ୱବିଦ୍ୟାଳୟ କହିଛି ଯେ ଏହା “ଜାତୀୟ ସୁରକ୍ଷା ବିଚାରକୁ ନେଇ” ତୁର୍କୀ ବିଶ୍ୱବିଦ୍ୟାଳୟ ସହିତ ଏହାର ବୁଝାମଣାପତ୍ର ସ୍ଥଗିତ ରଖିଛି। ଜେଏନୟୁ ୱେବସାଇଟ୍ ଅନୁଯାୟୀ, ଏହି ଚୁକ୍ତିନାମା ଫେବୃଆରୀ 3, 2025 ରେ ତିନି ବର୍ଷ ପାଇଁ ସ୍ୱାକ୍ଷରିତ ହୋଇଥିଲା। ଏହା ଫେବୃଆରୀ 2, 2028 ପର୍ଯ୍ୟନ୍ତ ଜାରି ରହିବାକୁ ସ୍ଥିର କରାଯାଇଥିଲା। ହେଲେ ତୁର୍କୀର ପାକିସ୍ଥାନ ପ୍ରତି ସମର୍ଥନ ଥିବାରୁ ବିଶ୍ବବିଦ୍ୟାଳୟ ଏହି ପଦକ୍ଷେପ ଗ୍ରହଣ କରିଛି। ପୂର୍ବରୁ ମୁମ୍ବାଇର ଫଳ ବ୍ୟବସାୟୀମାନେ ତୁର୍କୀ ସେଓକୁ ବ୍ୟାନ କରିଛନ୍ତି। ଏପରିକି ଏହି ସେଓକୁ କିଣିବା ପାଇଁ କେହି ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ସେହିପରି ତୁର୍କୀ ବୁଲିବା ପାଇଁ ଭାରତୀୟମାନେ ସେମାନଙ୍କର ବୁକିଂ ଫେରାଇ ନେଇଛନ୍ତି। ତୁର୍କୀ ପାକିସ୍ଥାନକୁ ସମର୍ଥନ କରିବା ପରେ ଏହିପରି ଅର୍ଥନୈତିକ ଅବରୋଧ ଆରମ୍ଭ ହୋଇଯାଇଛି।

Comments are closed, but trackbacks and pingbacks are open.