କେଦାରନାଥ ଧାମରେ ​​ହେଲିକପ୍ଟର ସେବା ନିଷେଧ…

150

ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ, ସୁରକ୍ଷାକୁ ଦୃଷ୍ଟି ରଖି କେଦାରନାଥକୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହେଲିକପ୍ଟର ସେବା ବନ୍ଦ ରଖାଯାଇଛି। ଏହି ସମୟରେ ଉତ୍ତରାଖଣ୍ତ ସରକାର କେଦାରନାଥ ଯାତ୍ରାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି। ସୁରକ୍ଷା କର୍ମଚାରୀ ଚାରିଆଡେ ନିୟୋଜିତ ଅଛନ୍ତି ଏବଂ ସମସ୍ତେ ସଜାଗ ଅଛନ୍ତି। ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ, ହେଲିକପ୍ଟର ସେବାକୁ ସ୍ଥଗିତ ରଖାଯାଇଛି। କେବଳ ଶାରୀରିକ ଆକ୍ରମଣ ନୁହଁ ସାଇବର ଆକ୍ରମଣର ମଧ୍ୟ ଭୟ ରହିଛି। ଏହାକୁ ଧ୍ୟାନରେ ରଖି ଉତ୍ତରାଖଣ୍ତର ସ୍ପେଶାଲ ଟାସ୍କ ଫୋର୍ସ ସାଇବର କର୍ମଚରୀ ମାନଙ୍କୁ ସକ୍ରିୟ ରଖିଛି । ଏକ ସ୍ୱତନ୍ତ୍ର ମନିଟରିଂ ଦଳ ଗଠନ କରାଯାଇଛି ଯାହା ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ଅନଲାଇନ୍ ପ୍ଲାଟଫର୍ମରେ ହେଉଥିବା କାର୍ଯ୍ୟକଳାପ ଉପରେ ନଜର ରଖିବ। ଏସଟିଏଫ ପକ୍ଷରୁ ଜନସାଧାରଣଙ୍କ ପାଇଁ ଏକ ପରାମର୍ଶପତ୍ର ମଧ୍ୟ ଜାରି କରାଯାଇଛି, ଯେଉଁଥିରେ ସେମାନଙ୍କୁ ଅଜଣା ଲିଙ୍କ୍ ନ ଖୋଲିବାକୁ, ସରକାରୀ ୱେବସାଇଟ୍‌ରେ ସତର୍କତାର ସହିତ ଲଗଇନ୍ କରିବାକୁ ଏବଂ ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ତୁରନ୍ତ ରିପୋର୍ଟ କରିବାକୁ ନିବେଦନ କରାଯାଇଛି।

Comments are closed, but trackbacks and pingbacks are open.