ନୂଆଦିଲ୍ଲୀ/ଇସଲାମାବାଦ୍: ମିଛରୁ ଆରମ୍ଭ ଯାହାର ସେ ବା କିପରି ହୋଇପାରିବ କାହାର? ଏହି ଉକ୍ତିଟି ପାକିସ୍ତାନ ପାଇଁ ଯଥାର୍ଥ ପ୍ରତୀତ ହୁଏ। ଭାରତ ସହ ଅସ୍ତ୍ରବିରତି (ଯୁଦ୍ଧ ବିରାମ) ନେଇ ସହମତି ହେବାର କିଛି ଘଣ୍ଟା ମଧ୍ୟରେ ଏହାକୁ ଉଲ୍ଲଂଘନ କରିଛି ପାକିସ୍ତାନ। ରିପୋର୍ଟ ଅନୁସାରେ ଉଭୟ ପକ୍ଷ ମଧ୍ୟରେ ସନ୍ଧ୍ୟା ୫ଟା ବେଳକୁ ଯୁଦ୍ଧ ବିରାମ୍ ଘୋଷଣା ହୋଇଥିବା ବେଳେ ବିଳମ୍ବିତ ସନ୍ଧ୍ୟା ପ୍ରାୟ ୮ଟା ବେଳକୁ ପାକିସ୍ତାନ ସେନା ଅଖନୁର ପ୍ରାନ୍ତରେ ଭାରିମାତ୍ରାରେ ଗୁଳିଗୋଳା ମାଡ଼ କରିବା ଆରମ୍ଭ କରିଦେଇଥିଲେ। ପରେ ପରେ ଜମ୍ମୁ କାଶ୍ମୀର ସମେତ ବିଭିନ୍ନ ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପାକିସ୍ତାନୀ ଡ୍ରୋନ୍ ଆକ୍ରମଣ କରିଥିବା ମଧ୍ୟ ସୂଚନା ମିଳିଥିଲା। ସାମ୍ବା, ଉଦ୍ଧମପୁର, ଅଖନୁର, ରାଜୌରୀ, ପୋଖରନ୍ ଆଦି ସ୍ଥାନରେ ପାକିସ୍ତାନ ପଟୁ ଡ୍ରୋନ୍ ଆକ୍ରମଣ କରାଯାଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଗୁଳି ତଥା ମିସାଇଲ୍ ଆକ୍ରମଣ କରାଯାଇଥିଲା। ପରିସ୍ଥିତିକୁୂ ଦୃଷ୍ଟିରେ ରଖି ଭାରତ ଅବିଳମ୍ବେ ବାଡ଼ମେର, ଜୈସଲମେର, ଶ୍ରୀନଗର, ବାରାମୁଲା, ଉରି ସହ ପଞ୍ଜାବର ୩ ସହରରେ ସମ୍ପୂର୍ଣ୍ଣ ବ୍ଲାକ୍ଆଉଟ୍ ଘୋଷଣା କରିଛି। ଗୁଜରାଟର କଚ୍ଛ୍ ସହର ଆକଶରେ ମଧ୍ୟ ଅନେକ ଡ୍ରୋନ୍ ଦେଖାଯାଇଥିବା ଗୁଜରାଟ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି। ଏସବୁ ମଧ୍ୟରେ ପାକିସ୍ତାନ ସହ ଯୁଦ୍ଧ ବିରତି ନେଇ ଭାରତ ସହମତି ହେବା ପରେ ଗତ ୩/୪ ଦିନ ଧରି ରାଜସ୍ଥାନ, ପଞ୍ଜାବ, ହରିଆଣା ଏବଂ ଗୁଜରାଟର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଚାଲିଆସିଥିବା ବ୍ଲାକ୍ଆଉଟ୍ ପ୍ରକ୍ରିୟାକୁ ସମାପ୍ତ କରିବା ପାଇଁ ଭାରତ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ସେଥିରେ ପରିବର୍ତ୍ତନ କରାଯାଇଛି। ପାକିସ୍ତାନର ଏପ୍ରକାର ଦୋମୁହାଁ ନୀତିକୁ ଦେଖି ପୁନର୍ବାର ଏସବୁ ସ୍ଥାନରେ ବ୍ଲାକଆଉଟ୍ କରାଯିବା ପାଇଁ ଭାରତ ସରକାର ବିଚାର କରୁଥିବା ସୂଚନା ମିଳିଛି। ତେବେ ରାତି ପ୍ରାୟ ୧୧ଟା ସମୟରେ କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ସଚିବ ବିକ୍ରମ୍ ମିଶ୍ରି ଏକ ସାମ୍ବାଦିକ ସମ୍ମିଳନୀ କରି ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଭାରତ ଅସ୍ତ୍ରବିରତିକୁ ସମ୍ମାନ ଦେଉଥିବା ବେଳେ ପାକିସ୍ତାନ ଏହାକୁ ବାରମ୍ବାର ଉଲ୍ଲଂଘନ କରିଚାଲିଛି। ତେବେ ପାକ୍ ସେନା ପକ୍ଷରୁ ହୋଇଥିବା ଆକ୍ରମଣ ସମ୍ପର୍କରେ ପାକିସ୍ତାନ ପ୍ରତିପକ୍ଷଙ୍କୁ ଅବଗତ କରାଇଦିଆଯାଇଛି। ଆଶା କରାଯାଉଛି ପାକିସ୍ତାନ ଏସବୁକୁ ତୁରନ୍ତ ବନ୍ଦ କରିବ। ନଚେତ୍ ଭାରତୀୟ ସେନାର ଏସବୁର ଉଚିତ୍ ଜବାବ ଦେବାକୁ ବାଧ୍ୟ ହେବ। ଶନିବାର ସନ୍ଧ୍ୟା ୫ଟା ବେଳକୁ ସମ୍ବାଦ ଆସିଲା ଯେ, ଭାରତ-ପାକିସ୍ତାନ ମଧ୍ୟରେ ସିଜ୍ଫାୟାର (ଅସ୍ତ୍ରବିରତି) ନେଇ ସହମତି ହୋଇଛି। ଅର୍ଥାତ୍ ଉଭୟ ଦେଶ ଏବେ ଆଉ ପରସ୍ପର ଉପରେ ଆକ୍ରମଣ କରିବେ ନାହିଁ ବୋଲି ରାଜି ହୋଇଛନ୍ତି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସର୍ବପ୍ରଥମେ ଆମେରିକୀୟ ଗଣମାଧ୍ୟମରେ ସୂଚନା ଦେଇଥିଲେ। ନିଜ ଏକ୍ସ ଆକାଉଣ୍ଟରେ ସେ ଲେଖିଥିଲେ ଯେ, ଆମେରିକା ମଧ୍ୟସ୍ଥତା କରିଥିଲା ଏବଂ ଉଭୟ ପକ୍ଷଙ୍କ ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ କଥା ହୋଇଥିଲା। ତେବେ ଭାରତ ଏବଂ ପାକିସ୍ତାନ ଏକ ତୁରନ୍ତ ଏବଂ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ରାଜି ହେବା ଅତ୍ୟନ୍ତ ଆନନ୍ଦର ବିଷୟ। ଟ୍ରମ୍ପ୍ ଉଭୟ ଦେଶକୁ ସେମାନଙ୍କର ସାଧାରଣ ଜ୍ଞାନ ଏବଂ ବୁଦ୍ଧିମତା ବ୍ୟବହାର କରିବା ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ସେହିପରି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ମଧ୍ୟ କହିଥିଲେ ଯେ, ସେ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍, ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର, ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସଏ) ଅଜିତ ଡୋଭାଲ ଏବଂ ପାକ୍ ଏନ୍ଏସ୍ଏ ଅସୀମ ମଲିକଙ୍କ ସହ କଥା ହୋଇଛୁ। ପରସ୍ପର ବିରୋଧରେ ଚାଲିଥିବା ଗୁଳିବିନିମୟ, ଆକ୍ରମଣ ତଥା ଅନ୍ୟ ସମସ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିଧାସଳଖ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ଅସ୍ତ୍ର ବିରତି (ଯୁଦ୍ଧ ବିରାମ୍) ପାଇଁ ସହମତି ପ୍ରକାଶ କରିଛନ୍ତି। ତେବେ ଆମେରିକା ପକ୍ଷରୁ ସମ୍ବାଦ ଆସିବାର ପ୍ରାୟ ଅଧଘଣ୍ଟା ପରେ ପାକିସ୍ତାନ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ କରାଯାଇଥିଲା। ପାକ୍ ବିଦେଶ ତଥା ଉପ ପ୍ରଧାନମନ୍ତ୍ରୀ ଇଶାକ୍ ଡାର୍ ନିଜ ଦେଶର ଗଣମାଧ୍ୟମକୁ ବ୍ରିଫିଂ କରିବାକୁ ଯାଇ କହିଥିଲେ ଯେ, ପାକିସ୍ତାନ ଏବଂ ଭାରତ ତୁରନ୍ତ ପ୍ରଭାବରୁ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ପରେ ପରେ ଭାରତ ବିଦେଶ ମନ୍ତ୍ରଣାଳୟ ମଧ୍ୟ ଏନେଇ ସୂଚନା ଦେଇଥିଲା। ଭାରତୀୟ ବିଦେଶ ସଚିବ ବିକ୍ରମ୍ ମିଶ୍ରି ଶନିବାର ସନ୍ଧ୍ୟା ୬ଟାରେ ପ୍ରତିରକ୍ଷା ଅଧିକାରୀଙ୍କ ସହ ପ୍ରେସ୍ ବ୍ରିଫିଂ କରିବା ସମୟରେ କହିଥିଲେ ଯେ, ଉଭୟ ଦେଶ ପରସ୍ପର ମଧ୍ୟରେ ଆଲୋଚନା କରିବା ପୂର୍ବକ ଅସ୍ତ୍ରବିରତି ପାଇଁ ସହମତ ହୋଇଛନ୍ତି। ଏବେ ଉଭୟ ଦେଶ ସ୍ଥଳ, ଆକାଶ ଏବଂ ସମୁଦ୍ରରୁ ପରସ୍ପର ଉପରେ ଆକ୍ରମଣ କରିବେ ନାହିଁ। ଭାରତ-ପାକିସ୍ତାନ ଡିଜିଏମ୍ଓ ସ୍ତରୀୟ ବୈଠକ ଆସନ୍ତା ୧୨ ତାରିଖ ଦିନ ମଧ୍ୟାହ୍ନ ୧୨ଟାରେ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ଏସବୁକୁ ଦେଖି ଆଶା କରାଯାଉଥିଲା ଯେ, ଭାରତ-ପାକିସ୍ତାନ ମଧ୍ୟରେ ଅନ୍ତତଃ ବଢ଼ିଥିବା ଉତ୍ତେଜନା ପ୍ରଶମିତ ହେବ। କିନ୍ତୁ ପାକିସ୍ତାନ ପୁଣିଥରେ ଭାରତୀୟ ସୀମାରେଖାରେ ଡ୍ରୋନ୍, ଏବଂ ଗୁଳିମାଡ଼ କରି ପରିସ୍ଥିତିକୁ ବିଗାଡିଦେଇଛି। ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାର ଶନିବାର (୧୦ ମଇ, ୨୦୨୫) ନେଇଥିବା ନିଷ୍ପତ୍ତି ଅନୁସାରେ ଏଣିକି ଯଦି ଭାରତରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାକୁ ଯୁଦ୍ଧ ବା ଆକ୍ଟ ଅଫ୍ ୱାର ଭାବେ ବିବେଚନା କରାଯିବ ଏବଂ ଏପରି ଯେକୌଣସି କାର୍ଯ୍ୟର ଉଚିତ ଜବାବ ମଧ୍ୟ ଦିଆଯିବ। ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାର ଶନିବାର (୧୦ ମଇ, ୨୦୨୫) ନେଇଥିବା ନିଷ୍ପତ୍ତି ଅନୁସାରେ ଏଣିକି ଯଦି ଭାରତରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାକୁ ଯୁଦ୍ଧ ବା ଆକ୍ଟ ଅଫ୍ ୱାର ଭାବେ ବିବେଚନା କରାଯିବ ଏବଂ ଏପରି ଯେକୌଣସି କାର୍ଯ୍ୟର ଉଚିତ ଜବାବ ମଧ୍ୟ ଦିଆଯିବ। ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାର ଶନିବାର (୧୦ ମଇ, ୨୦୨୫) ନେଇଥିବା ନିଷ୍ପତ୍ତି ଅନୁସାରେ ଏଣିକି ଯଦି ଭାରତରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାକୁ ଯୁଦ୍ଧ ବା ଆକ୍ଟ ଅଫ୍ ୱାର ଭାବେ ବିବେଚନା କରାଯିବ ଏବଂ ଏପରି ଯେକୌଣସି କାର୍ଯ୍ୟର ଉଚିତ ଜବାବ ମଧ୍ୟ ଦିଆଯିବ।
Comments are closed, but trackbacks and pingbacks are open.