ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ…

177

ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ୧୦ ଓ ୧୧ ତାରିଖରେ ସମ୍ବଲପୁର ଏବଂ ଭୁବନେଶ୍ୱର ଗସ୍ତରେ ଆସିଥିବାର ଥିଲା କେନ୍ଦ୍ର ଗୃହ ମନ୍ତ୍ରୀଙ୍କର । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ ଜନସଭାକୁ ସମ୍ଭୋଧନ କରିବାର କାର୍ଯ୍ୟକ୍ରମ ଥିଲା । ତେବେ ବର୍ତ୍ତମାନ ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି ।

Comments are closed, but trackbacks and pingbacks are open.