ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ମାଗଣା ଚିକିତ୍ସା, ନିୟମ ଲାଗୁ

174

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଙ୍ଗଳବାର ଦିନ ଏକ ବିଜ୍ଞପ୍ତି ଜାରି କରି ସାରା ଦେଶରେ ସଡ଼କ ଦୁର୍ଘଟଣା ପୀଡିତଙ୍କ ପାଇଁ ଏକ କ୍ୟାସଲେସ୍ ଚିକିତ୍ସା ଯୋଜନା ଘୋଷଣା କରିଛନ୍ତି । ସଡ଼କ ପରିବହନ ମନ୍ତ୍ରଣାଳୟର ଏକ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ଏହି ଯୋଜନା ଅଧୀନରେ, ପୀଡିତ ବ୍ୟକ୍ତି ଦୁର୍ଘଟଣା ତାରିଖରୁ ସାତ ଦିନ ପାଇଁ ଯେକୌଣସି ସ୍ୱୀକୃତିପ୍ରାପ୍ତ ହସ୍ପିଟାଲରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ପାଇପାରିବେ । ଏହି ଯୋଜନା ୫ ମଇ ୨୦୨୫ ଠାରୁ କାର୍ଯ୍ୟକାରୀ ହୋଇଛି । ପ୍ରତିବର୍ଷ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇ ମୃତ୍ୟବରଣ କରୁଛନ୍ତି । ତେବେ ବର୍ତ୍ତମାନ ଏନେଇ ସରକାର ଏକ ବଢିଆ ପଦକ୍ଷେପ ନେଇଛନ୍ତି । ସାରା ଦେଶରେ ପାଳନ ହେଉଛି ଜାତୀୟ ସୁରକ୍ଷା ମାସ । କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, “ଯେକୌଣସି ରାସ୍ତାରେ ମୋଟର ଯାନ ଦ୍ୱାରା ହୋଇଥିବା ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଯେକୌଣସି ବ୍ୟକ୍ତି ଏହି ଯୋଜନାର ବ୍ୟବସ୍ଥା ଅନୁଯାୟୀ କ୍ୟାସଲେସ୍ ଚିକିତ୍ସା ପାଇବାକୁ ହକଦାର ହେବେ ।” ଆପଣଙ୍କୁ କ‌ହିରଖୁଛୁ ଯେ ଚଳିତ ବର୍ଷ ଜାନୁଆରୀ ମାସରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଭାରତରେ ବଢୁଥିବା ସଡ଼କ ଦୁର୍ଘଟଣା ଉପରେ ଚିନ୍ତା ପ୍ରକାଶ କରି ଘୋଷଣା କରିଥିଲେ ଯେ ସରକାର ଖୁବ୍ ଶୀଘ୍ର ସଡ଼କ ଦୁର୍ଘଟଣା ପୀଡିତଙ୍କ ପାଇଁ ଏପରି ଏକ ଯୋଜନା ଆଣିବାକୁ ବିଚାର କରୁଛନ୍ତି ।

Comments are closed, but trackbacks and pingbacks are open.