ଆସନ୍ତାକାଲି ପ୍ରକାଶ ପାଇବ CBSE ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

275

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଖୁବ୍‌ଶୀଘ୍ର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ ଯାଉଛି। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ CBSE ଦ୍ୱାଦଶ ଫଳାଫଳ 2024 ଆସନ୍ତାକାଲି ଅର୍ଥାତ୍ ମେ 2 ତାରିଖରେ ଘୋଷଣା କରାଯାଇପାରେ। କିନ୍ତୁ ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା ହୋଇନାହିଁ। ପ୍ରକୃତରେ, ବୋର୍ଡ ଦ୍ୱାରା ପ୍ରଥମେ ଏକ ନୋଟିସ୍ ଜାରି କରାଯାଏ। ଏହା ପରେ ହିଁ ଫଳାଫଳ ପ୍ରକାଶିତ ହୁଏ। ଏପର୍ଯ୍ୟନ୍ତ ବୋର୍ଡ କୌଣସି ନୋଟିସ୍ ଜାରି କରିନାହିଁ। ଏପରି ପରିସ୍ଥିତିରେ, ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରକାରର ଭ୍ରମରେ ନ ପଡ଼ିବାକୁ ପରାମର୍ଶ ଦିଆଯାଇଛି। ଯେତେବେଳେ ଫଳାଫଳ ପ୍ରକାଶ ପାଇବ, ବୋର୍ଡ ତା ପୂର୍ବରୁ ଏକ ବିଜ୍ଞପ୍ତି ପ୍ରକାଶ କରିବ। cbse.gov.in, results.cbse.nic.in, digilocker.gov.in, results.gov.in ଓ୍ବେବସାଇଟରେ ପ୍ରକାଶିତ ହେବ

Comments are closed, but trackbacks and pingbacks are open.