ଭିସୁଟ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

138

ଭୁବନେଶ୍ବର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ)ର ୧୦୦ ଜଣ ଛାତ୍ରଙ୍କ ହିରୋଧରେ ବିଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ। ଭିସୁଟ ଶୃଙ୍ଖଳା କମିଟି ଦ୍ବାରା ଛାତ୍ରମାନଙ୍କ ଅସଦାଚରଣ, ନିମ୍ନ ଉପସ୍ଥାନ ଏବଂ ବିଶ୍ବବିଦ୍ୟାଳୟ ନିୟମ ଉଲଂଘନ ଆଦି ବିଭିନ୍ନ ଆଚରଣକୁ ନେଇ ହୋଇଥିବା ଅଭିଯୋଗ ଗୁଡ଼ିକର ବ୍ୟକ୍ତିଗତ ବିଚାର ପୂର୍ବକ ଉପଯୁକ୍ତ ସମୀକ୍ଷା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା ସମ୍ପୃକ୍ତ ଛାତ୍ରଙ୍କୁ ବିଭିନ୍ନ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ଦୋଷୀ ଛାତ୍ରଙ୍କୁ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇଛି। ଏହାସହ ସମ୍ପୃକ୍ତ ଛାତ୍ରଙ୍କ ଗ୍ରେଡ ହ୍ରାସ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇ ସମ୍ପୃକ୍ତ ଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ତଥା ପଦକ ପାଇଁ ଅନୁଷ୍ଠିତ ହେଉଥିବା ଅନ୍ୟାନ୍ୟ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ସମାରୋହ ଭଳି ଶୈକ୍ଷିକ ସ୍ବୀକୃତିରେ ଅଂଶଗ୍ରହଣ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।

Comments are closed, but trackbacks and pingbacks are open.