ସଂଶୋଧନ ପଞ୍ଚାୟତ ଆଇନ କାର୍ଯ୍ୟକାରୀ ପାଇଁ ବିଜ୍ଞପ୍ତି ପ୍ରକାଶ

25

ସଂଶୋଧନ ପଞ୍ଚାୟତ ଆଇନ କାର୍ଯ୍ୟକାରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ପଞ୍ଚାୟତିରାଜ ସଚିବ ଅଶୋକ କୁମାର ମୀନା ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଦ୍ୱାରା ଅବଗତ କରାଇସାରିଛନ୍ତି । ଅନୁସୂଚିତ ଜାତି/ଜନଜାତି, ପଛୁଆ ବର୍ଗଙ୍କ ପାଇଁ ନିୟମ ମୁତାବକ ସଂରକ୍ଷଣର ବ୍ୟବସ୍ଥା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ କୁହାଯାଇଛି । ନିଜ ନିଜ ଜିଲ୍ଲାର ଜନସଂଖ୍ୟା ଓ ପଞ୍ଚାୟତ ପରିସୀମାକୁ ଆଧାର କରି ଏସମ୍ପର୍କିତ ସମସ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି । ୱାଡ ମେମ୍ବର, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଯାଏଁ ଏହାକୁ ଲାଗୁ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଚଳିତ ବର୍ଷ ବିଧାନ ସଭାମୌସୁମୀ ଅଧିବେଶନ ରେ ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ଆଇନ ପାରିତ ହୋଇଯାଇଛି ।ଏହି ଆଇନ ଅନୁସାରେ, ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କ ପାଇଁ ମୋଟ ସଂରକ୍ଷଣ ୫୦% ଭିତରେ ରହିବ । ରାଜ୍ୟରେ ଜାତି/ଜନଜାତି, ଓବିସି ଏବଂ ମହିଳା ସଂରକ୍ଷଣ ଏଭଳି ୪ ଭାଗରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ସୂଚାର ରୂପେ ଆଇନ ମୁତାବକ ପରିଚାଳନା କରିବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.