ଏସ୍‌ସିବିରେ ଇକ୍‌ମୋ ଚିକିତ୍ସାଧୀନ ହୃଦରୋଗୀ ଙ୍କ ମୃତ୍ୟୁ

31

କଟକ ଏସସିବି ମେଡିକାଲର ଇକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ଆଉ ଜଣେ ହୃଦ ରୋଗୀ ଙ୍କ ର ମୃତ୍ୟୁ ଘଟିଛି I ସେ ହୃଦ୍‌ଘାତର ଶିକାର ହେବା ପରେ ଇକ୍‌ମୋ ୟୁନିଟ୍‌ରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଏସସିବିର ନ୍ୟୁରୋଲୋଜି ଡିପାର୍ଟମେଣ୍ଟର ଏଚ୍‌ଓଡି ପ୍ରଫେସର ଅଶୋକ ମଲ୍ଲିକଙ୍କ ପୁଅ ଥିଲେ। ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ତାଙ୍କର ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାମ କରିବା ବନ୍ଦ କରି ଦେଇଥିଲା। ଏହାସହ ଫୁସଫୁସ ଜିନିତ ସମସ୍ୟା ମଧ୍ୟ ଥିଲା। ୨୪ ତାରିଖରେ ସେ ଇକ୍‌ମୋ ୟୁନିଟ୍‌ରେ ଭର୍ତ୍ତି ହୋଇଥିଲେ। ଡାକ୍ତରମାନଙ୍କର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିଥିଲେ। ତଥାପି ଆମେ ତାଙ୍କୁ ବଞ୍ଚାଇ ପାରିଲୁ ନାହିଁ।
ପୂର୍ବରୁ ଇକ୍‌ମୋ ୟୁନିଟ୍‌ରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ସହିତ ଏସ୍‌ସିବି ଇକ୍‌ମୋ ୟୁନିଟ୍‌ରେ ଏଯାବତ୍ ୫ ଜଣଙ୍କ ମୃତ୍ୟୁ ଘଟିଲାଣି।

Leave A Reply

Your email address will not be published.