ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ
ଭୁବନେଶ୍ଵର, ତା. ୧୯.୪ : ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀଯୁକ୍ତ ଦାସ ଶୋକବାର୍ତାରେ ପ୍ରକାଶ କରିଛନ୍ତି କି ରତିକାନ୍ତ ବାବୁଙ୍କ ବିୟୋଗ ଗଭୀର ମର୍ମାହତ କରିଛି। ରତିକାନ୍ତ ବାବୁଙ୍କ ସହ ମୋର ଦୀର୍ଘ ଦିନର ସମ୍ପର୍କ ରହିଥିଲା। ସ୍ୱର୍ଗତ ମହାନ୍ତି ବିଭିନ୍ନ ଆଂଚଳିକ ଓ ଜାତୀୟ ଗଣମାଧ୍ୟମର ପ୍ରତିନିଧ ଭାବେ ଦୀର୍ଘ ୪ ଦଶନ୍ଧି ଧରି ନିଭୀକତା, ସ୍ପଷ୍ଟବାଦୀତା ଓ ନିରପେକ୍ଷତାର ସହ ସାମ୍ବାଦିକତା କରୁଥିଲେ । ରତିକାନ୍ତ ମହାନ୍ତଙ୍କ ବିୟୋଗରେ ବିଶେଷ କରି ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ମହାନ୍ତି ଅତି ସରଳ ଓ ନିରାଡମ୍ବର ଜୀବନ ଯାପନ କରୁଥିଲେ । ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ଦାସ । ସେହିଭଳି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତଚରଣ ଦାସ, ନିରଞ୍ଜନ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନ ପ୍ରମୁଖ ବାହାରେ ଥିବାରୁ ତାଙ୍କ ପରିବାରବର୍ଗଙ୍କ ସହିତ ଯୋଗାଯୋଗ କରି ଗଭୀର ସମବେଦନା ଜଣାଇଛନ୍ତି । ଏହି ଅବସରରେ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ପ୍ରଦେଶ କଂଗ୍ରେସ ସଭାପତିଙ୍କ ପ୍ରତିନିଧ ଭାବେ ଏବଂ ପିସିସି ପକ୍ଷରୁ ସ୍ବର୍ଗତ ମହାନ୍ତିଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।
ସେହିପରି ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ମହାନ୍ତିଙ୍କ ବିୟୋଗରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମାନସ ଚୌଧୁରୀ, ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ଵଜିତ ଦାଶ, ରଜନୀ ମହାନ୍ତି, ରଣଜିତ ପାତ୍ର, ୟାସିର ନଓ୍ବାଜ, ଉଦିତ ପ୍ରଧାନ ପ୍ରମୁଖ ଗଭୀର ଶୋକପ୍ରକାଶ କରି ସାମ୍ବାଦିକ ଜଗତରେ ଏକ ଅପୁରଣୀୟ କ୍ଷତି ବୋଲି ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।
Comments are closed, but trackbacks and pingbacks are open.