ଭୁବନେଶ୍ବର: ଶେଷରେ ମୁହଁ ଖୋଲିଛନ୍ତି ତୁଳସୀ ଗଣନାଟ୍ୟର ଅଭିନେତ୍ରୀ ସୋନାଲି ପଣ୍ଡା। ସୋନାଲିଙ୍କୁ ଯାତ୍ରା ମାଲିକ ବାର ବର୍ଷ ଧରି ରଖିଛନ୍ତି ତାଙ୍କୁ ଦେଖିବାକୁ ଦେଉ ନାହିଁନ୍ତି ବୋଲି ତାଙ୍କ ସ୍ବାମୀ ଅଭିଯୋଗ କରିଥିଲେ। ଏହାକୁ ନେଇ ଗଣମାଧ୍ୟମରେ ହଟଚମଟ ଘଟିବା ପରେ ଆଜି ସୋନାଲି ତାଙ୍କ ପକ୍ଷ ରଖିଛନ୍ତି। ସେ କହିଛନ୍ତି ଯେ, ମୋ ସ୍ବାମୀ ବାର ବର୍ଷ ଧରି କୁଆଡେ ଯାଇଥିଲେ। ମୁଁ ଏହି ଯାତ୍ରା ପାର୍ଟିରେ କେମିତି ଅଛି ତାହା ସେ କେବେ ଦେଖିବାକୁ ଆସି ନାହାଁନ୍ତି। ପୂର୍ବକଥା ମୁଁ ସବୁ ଭୁଲି ଯାଇଛି। ଏହି ଯାତ୍ରା ଦଳ ବହୁତ ଭଲ ଏବଂ ମାଲିକ ମଧ୍ୟ ଭଲ। ସେମାନଙ୍କ ସାହାର୍ଯ୍ୟରେ ମୁଁ ମୋ ବାପାମାଙ୍କ ସହିତ ରହୁଛି ବୋଲି ସୋନାଲି କହିଛନ୍ତି। ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଏକ ଅଭିଯୋଗ କରିଥିଲେ ଯେ, ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁବାବୁ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ସୋନାଲିଙ୍କୁ ଫସାଇ ରଖିଛନ୍ତି। ସେ ତାଙ୍କ ସ୍ତ୍ରୀଙ୍କୁ ଦେଖା କରିବାକୁ ଦେଉ ନାହାଁନ୍ତି। ଏପରିକି ପୁଅକୁ ମଧ୍ୟ ଦେଖା କରାଇ ଦେଉ ନାହାଁନ୍ତି। ଏହି ଅଭିଯୋଗ ପରେ ସୋନାଲି ଏପରି ଯୁକ୍ତି ବାଢିଛନ୍ତି।
Comments are closed, but trackbacks and pingbacks are open.