ଖୁବ ଶିଘ୍ର ବିଜେଡି ନେତାମାନେ ଗଢିବେ ଏକ ନୂଆ ଦଳ: ସାଂସଦ ପ୍ରଦୀପ ପୁରୋହିତ

248

ଭୁବନେଶ୍ବର: ବିଜେଡି ନେତାମାନେ ଦଳ ଭିତରେ ରହି ଅସନ୍ତୁଷ୍ଠ ହୋଇପଡିଲେଣି। ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ହାବଭାବ ଦେଖି ସେମାନେ ବିତଃସ୍ପ୍ରୁହ। ଖୁବ ଶିଘ୍ର ସେମାନେ ନବୀନ ପାଣ୍ଡିଆନଙ୍କୁ ଛାଡି ନୂଆ ଦଳ ଗଠନ କରିବେ। ଏହିପରି ଏକ ଭବିଷ୍ୟବାଣୀ କରିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସେ କହିଛନ୍ତି ଯେ ଦଳର ପ୍ରାୟ ନବେ ଭାଗ ନେତା ଏହି ନୂଆ ଦଳରେ ମିଶିବେ। ସେମାନଙ୍କର ଦୁଇ ତିନୋଟି ବୈଠକ ସରିଯାଇଛି ବୋଲି ପ୍ରଦୀପ କହିଛନ୍ତି। ବର୍ତ୍ତମାନ ଏହି ବିଜେଡି ନେତାମାନେ ଅନୁଭବ କରିସାରିଲେଣି ଯେ, ନବୀନଙ୍କଠାରୁ ପାଣ୍ଡିଆନଙ୍କୁ ଅଲଗା କରିହେବ ନାହିଁ। ନବୀନ କିଛି ବୁଝୁ ନାହାଁନ୍ତି। ପଣ୍ଡିଆନ କଥାରେ ସେ ପରିଚାଳିତ ହେଉଛନ୍ତି। ଯାହା ଫଳରେ ଦଳରେ ଅସନ୍ତୋଷ କୁହୁଳିବାରେ ଲାଗିଛି ବୋଲି ପ୍ରଦୀପ କହିଛନ୍ତି। ସେହିପରି ସେ କହିଛନ୍ତି ଯେ, ବର୍ତ୍ତମାନ ୱାକଫ ବିଲ୍ ପରେ ବିଜେଡିର ଯାହା ସବୁ ଘଟୁଛି ତାହା କେବେ ପୂର୍ବରୁ ଘଟି ନ ଥିଲା। ନବୀନ ନିବାସରେ ପାଣ୍ଡିଆନ ହଟାଅ ବିଜେଡି ବଞ୍ଚାଅ ସ୍ଲୋଗାନ କେବେ ଶୁଭି ନ ଥିଲା। ସେହିପରି ଦଳର ବରିଷ୍ଠ ନେତା ତଥା ସାଂସଦମାନେ ମଧ୍ୟ ପାଣ୍ଡିଆନ ବିରୋଧରେ ମୁହଁ ଖୋଲିଲେଣି। ଏହା ଆଗରୁ କେବେ ହୋଇ ନ ଥିଲା।  ତେଣୁ ପାଣ୍ଡିଆନଙ୍କୁ ନେଇ ବର୍ତ୍ତମାନ ବିଜେଡି ଖଣ୍ଡଖଣ୍ଡ ହେବ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି।

Comments are closed, but trackbacks and pingbacks are open.