ଭୁବନେଶ୍ବର: ଆସନ୍ତାକାଲି ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନା ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା । ବାଲିଯାତ୍ରା ତଳ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି କଟକ ଆସି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି କାର୍ଯ୍ୟକ୍ରମରେ ବାଲିଯାତ୍ରା ତଳ ପଡ଼ିଆରେ ପଚିଶ ହଜାର ଲୋକଙ୍କ ଜନ ସମାଗମ ହେବ ବୋଲି ଆଶା କରାଯାଉଛି । ପ୍ରସ୍ତୁତି ସମ୍ପର୍କରେ କଟକ ଜିଲ୍ଲାପାଳ, ଡିସିପି ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ସଭାସ୍ଥଳ ବୁଲି ଦେଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଗକୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଏହି କାର୍ଡ ବଣ୍ଟନ ପ୍ରକ୍ରିୟା ଆଗକୁ ବଢିବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ । bsky କାର୍ଡରେ କେବଳ ସ୍କାମ ଥିଲା ସେବା ନ ଥିଲା, କିନ୍ତୁ ଆୟୁଷ୍ମାନ କାର୍ଡରେ ସ୍କାମ୍ ନାହିଁ କେବଳ ସେବା ରହିଛି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଏକ ବହୁ ପ୍ରତିକ୍ଷିତ ସ୍ବପ୍ନ ପୂରଣ ହେବାକୁ ଯାଉଛି, ସ୍ୱାସ୍ଥ୍ୟ ସେବା ପ୍ରତିଟି ଘରେ ପହଞ୍ଚିବା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଅପରାହ୍ନ ଗୋଟାଏ ସମୟରେ ବାଲିଯାତ୍ରା ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ। ଅପରାହ୍ନ ଦୁଇଟାରେ ପହଞ୍ଚିବେ କେନ୍ଦ୍ର ମନ୍ତ୍ରୀ ଜେ ପି ନଡ୍ଡା ଙ୍କ ସମେତ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିବୃନ୍ଦ। ବାଲିଯାତ୍ରା ତଳ ପଡ଼ିଆରେ କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ନ ସାଢ଼େ ଚାରିଟା ସମୟରେ ଶିଶୁ ଭବନ ନୂତନ ବିଲଡିଂ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ସୃଷ୍ଟି କୋଣରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ପାର୍କିଂ, ଟ୍ରାଫିକ ପରିଚାଳନା, ଟ୍ରାଫିକ କଟକଣା ଆଦି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କଟକ ଡିସିପି।
Comments are closed, but trackbacks and pingbacks are open.